ବିଦ୍ୟୁତ ଆଘାତରେ ଯୁବକ ମୃତ

 ଅର୍ଗସ ବ୍ୟୁରୋ: ବିଦ୍ୟୁତ ଆଘାତରେ ଯୁବକ ମୃତ। ମୃତ ଯୁବକ ହେଲେ ଆନନ୍ଦପୁର ଥାନା ତନେଇପାଳର ଆନନ୍ଦପୁର ଥାନା ଅର୍ଜୁନ ବିରୁଆ । ତନେଇପାଳ ଗ୍ରାମରେ ଆଜି ଅର୍ଜୁନ ଘର ନିକଟରେ କାମକରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ତାଙ୍କ ଦେହରେ ଗୁରୁତର ଆଘାତ ଲାଗିଥିଲା । 

ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଶୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post