ଭୟଙ୍କର ଭୂସ୍ଖଳନ ; ଭାସିଗଲା ବସ୍‍ , ୬୩ ଯାତ୍ରୀ ନିଖୋଜ

 

severe landslide in Nepal ; Bus floated, 63 passengers missing

ଅର୍ଗସ ବ୍ୟୁରୋ : ନେପାଳରେ ଭୟଙ୍କର ଭୂସ୍ଖଳନ । ଏଥିରେ ଦୁଇଟି ବସ୍ ଭାସିଯାଇଛି । ଆଜି ଭୋରରୁ କେନ୍ଦ୍ରୀୟ ନେପାଳର ତ୍ରିଶୁଳି ନଦୀ ଉପରେ ଦୁଇଟି ବସ୍ ଯାଉଥିବା ବେଳେ ଅଚାନକ ଭୂସ୍ଖଳନ ହୋଇଥିଲା । ଏଥିଯାଗୁଁ ବସ ଡ୍ରାଇଭରଙ୍କ ସହ ୬୩ଜଣ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କୁ ଖୋଜିବାକୁ ଯୁଦ୍ଧକାଳୀନ ଅପରେସନ ଆରମ୍ଭ ହୋଇଛି । କିନ୍ତୁ ପ୍ରଖର ସୁଅ ସହ ପ୍ରବଳ ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି ।

ଅଧିକ ପଢନ୍ତୁ : ଉତ୍ତରାଖଣ୍ଡରେ ଭୟଙ୍କର ବର୍ଷା ବିତ୍ପାତ ସହ ଭୂସ୍ଖଳନ: ୨ ମୃତ

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍କ କମଲ ଦହଲ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଲଗାଣ ବର୍ଷା ପରେ ନେପାଳର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଥିବା ଖବର ଆସୁଛି । ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Post a Comment (0)
Previous Post Next Post