ଗାଁରେ ପହଁଞ୍ଚି ପାରିନି ଶୁଦ୍ଧ ପାନୀୟଜଳ

 ଅର୍ଗସ ବ୍ୟୁରୋ:  ଗାଁରେ ମାତ୍ର ଗୋଟିଏ ନଳକୂପ । ଏରସମା ବ୍ଲକ ଜାନକାଦେଇପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମରେ ମେଣ୍ଟୁନି ଲୋକଙ୍କ ଶୋଷ । ନଳକୂପରୁ ବାହାରୁଥିବା ଲୁଣି ପାଣି ପିଉଛନ୍ତି ଲୋକ । ଶୁଦ୍ଧ ପାନୀୟଜଳ ଅଭାବରୁ ନଳକୂପରୁ ପାଣି ନେବାପାଇଁ ସକାଳୁ ସନ୍ଧ୍ୟା ଲାଗି ରହୁଛି ଲମ୍ବା ଲାଇନ ।  ଲୁଣି ପାଣିରେ ବ୍ୟବହାର କରି ଅନେକ ଲୋକ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏବେବି ରହିଛି ଗାଁରେ ପକ୍କା ରାସ୍ତା ନଥିବାରୁ ବର୍ଷା ଦିନେ ଆଣ୍ଠୁଏ କାଦୁଅରେ ପଶି ପାଣି ପାଇଁ ଯାଉଛନ୍ତି ମହିଳା । 

ଏଠି ଆଖି ବୁଲାଇଲେ ଦିଶୁଛି ଖାଲି ଚାଳ ଛପର ଘର, କାହାର ଛପର ଅଧା ନାହିଁ ତ କାହା ଚାଳ ଛପର ରେ ପଡ଼ିଛି ପାଲ । ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ପୂର୍ବ ବିଜେଡି ସରକାର ଏଠି ଦଳୀୟ ଆଧାରରେ ଆବାସ ବଣ୍ଟନ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।  ବିଭିନ୍ନ ଦୁର୍ନୀତିରେ ଉବୁଟୁବୁ ପଞ୍ଚାୟତ । ଏବେ ବର୍ଷାଦିନରେ ଲୋକଙ୍କ ସମସ୍ୟା ବହୁ ଗୁଣିତ ହୋଇଛି । ନରସିଂହପୁର ଗାଁ ପ୍ରତି ପ୍ରଶାସନ  ନଜର ଦେବାକୁ ଦାବି ଜୋର ଧରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Post a Comment (0)
Previous Post Next Post