ଏହି ଦଳର ନେତୃତ୍ୱ ନେବେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା



 ଅର୍ଗସ ବ୍ୟୁରୋ: ପ୍ୟାରିସ୍ ଅଲମ୍ପିକ୍ସ ଲାଗି ଭାରତୀୟ ଦୌଡ଼କୁଦ ମହାସଂଘ ୨୮ଜଣିଆ ଦଳ ଘୋଷଣା କରିଛି। ଏଥିରେ ୧୭ଜଣ ପୁରୁଷ ଓ ୧୧ଜଣ ମହିଳା ରହିଛନ୍ତି। ବିଶ୍ବକପ୍ ତଥା ଅଲିମ୍ପିକ୍ସ ବିଜେତା ଜାଭ୍‌ଲିନ ତାରକା ନୀରଜ ଚୋପ୍ରା ଏହି ଦଳର ନେତୃତ୍ବ ନେବେ। ଏଥର ଅଲମ୍ପିକ୍ସ ପ୍ୟାରିସ ଆୟୋଜନ କରୁଛି । ପ୍ୟାରିସ ଅଲିମ୍ପିକ୍ସ 26 ଜୁଲାଇରୁ ଆରମ୍ଭ ହେବ। ଏପଟେ ଅଲମ୍ପିକରେ ଭାଗ ନେବାକୁ ଓଡ଼ିଆ ପୁଅ କିଶୋର ଜେନାଙ୍କ ନାମ ଘୋଷଣା ହୋଇଛି। ପୁରୁଷ ଜାଭଲିନ୍ ଥ୍ରୋରେ ଭାଗ ନେବେ କିଶୋର ଜେନା। ଏହାକୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ସବୁ ଖେଳପ୍ରେମୀ।

ଅଧିକ ପଢ଼ନ୍ତୁ ଖେଳ ଖବର:

Post a Comment (0)
Previous Post Next Post