ସ୍କୁଲରେ ପଶି ମଧ୍ୟାହ୍ନ ଭୋଜନ ଚାଉଳ ଖାଇଲା ହାତୀ

 ଢେଙ୍କାନାଳ : ସ୍କୁଲରେ ପଶି ମଧ୍ୟାହ୍ନ ଭୋଜନ ଚାଉଳ ଖାଇଲା ହାତୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଦିନକୁ ଦିନ ବଢୁଛି ହାତୀ ଉତ୍ପାତ । ବିଦ୍ୟାଳୟରେ ପଶି ରୋଷେଇ ଘର କବାଟ ଭାଙ୍ଗି ଷ୍ଟୋରରୁମରେ ଥିବା ଚାଉଳ ଖାଇ ଦେଇଛି ହାତୀ ।

ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନର ମଝିକା ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏହି ଦୃଶ୍ୟ । ଖାଲି ସେତିକି ନୁହେଁ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କଂକିଳୀ, ପଥରଖମ୍ବ, ମୁକ୍ତାପଶି, ବସୋଈ ଗାଁରେ ହାତୀପଲ ବ୍ୟାପକ ଧାନ ତଳି ନଷ୍ଟ କରିଛନ୍ତି । ହାତୀ ଉପଦ୍ରବରୁ ଅତିଷ୍ଠ ହୋଇପଡିଲେଣି ସ୍ଥାନୀୟ ଲୋକେ । ବନବିଭାଗ ତୁରନ୍ତ ହାତୀଙ୍କୁ ଘଉଡାଇବା ପାଇଁ ଦାବି ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post