ବିଶ୍ବ ଚାମ୍ପିୟନ ରୋହିତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ନୀତା ଅମ୍ବାନୀ......ହେଲେ କାହିଁକି?

Nita Ambani

ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୪ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହଠାତ ରୋହିତ ଶର୍ମାଙ୍କୁ ପଦରୁ ହଟାଇ ଦେଇଥିଲା। ଏହାପରେ ଏହି ମାମଲା ବେଶ ଚର୍ଚ୍ଚାରେ ରହିଥିଲା। ଏପରିକି ମୁମ୍ବାଇର ଫଲୋର୍ସ ସଂଖ୍ୟା ମଧ୍ୟ କମିଯାଇଥିଲା। ହେଲେ ଏସବୁ ମଧ୍ୟରେ ପୁଣିଥରେ ବିଶ୍ବକପ ବିଜେତା କ୍ୟାପଟେନ ଚର୍ଚ୍ଚାରେ ରହିଛନ୍ତି। କାରଣ କ୍ୟାପଟେନ ପଦରୁ ହଟାଇଥିଲେ ହେଁ ଅମ୍ବାନୀ ପରିବାର ସହ ତାଙ୍କ ସମ୍ପର୍କ ପୂର୍ବଭଳି ରହିଛି। ନିକଟରେ ଅନନ୍ତ ଅମ୍ବାନୀଙ୍କ ସଙ୍ଗୀତ୍‌ ଉତ୍ସବରେ ସେ ଯୋଗ ଦେଇଥିଲେ। 

ଏହି ଅବସରରେ ମୁମ୍ବାଇ ଇଣ୍ଡିଆନ୍ସ ତଥା ରିଲାଏନ୍ସ ମାଲିକାଣୀ ନୀତା ଅମ୍ବାନୀ ତାଙ୍କୁ ଷ୍ଟେଜ ଉପରକୁ ଡାକି କାନ୍ଦୁଥିବା ଦେଖାଯାଇଥିଲା।  କାରଣ ସତରେ ନୀତାଙ୍କ ମନରେ ରୋହିତଙ୍କ ପ୍ରତି ଅତୁଳନୀୟ ଭଲ ପାଇବା ରହିଛି। ସେ ରୋହିତଙ୍କୁ କୁଣ୍ଢାଇ ପକାଇ କହିଥିଲେ ସତରେ ତୁମେ ସାରା ଦେଶକୁ ଗର୍ବିତ କରିଛ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଲୋକେ ଅଧିକ ମାତ୍ରାରେ ଲାଇକ ମଧ୍ୟ କରୁଛନ୍ତି।
ଜୁନ ୨୯ତାରିଖରେ ଭାରତ ବାର୍ବାଡୋସରେ ସାଉଥଆଫ୍ରିକାକୁ ହରାଇ ଟି-୨୦ ବିଶ୍ବକପ ଚାମ୍ପିୟନ ହୋଇଛି। ଆଉ ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ନୀତା ଷ୍ଟେଜ ଉପରେ କହିଥିଲେ। ଆଉ ରୋହିତଙ୍କ ସହ ନୀତା ଗଣେଶଙ୍କ ଆଳତୀ ମଧ୍ୟ କରିଥିଲେ ସାଥିରେ ଥିଲେ ମୁମ୍ବାଇର ବର୍ତ୍ତମାନର କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବ। 

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଜୁଲାଇ ୧୨ରେ ଆରମ୍ଭ ହେବ। ଏହାପୂର୍ବରୁ ସଙ୍ଗୀତ ସେରିମନିର ଆୟୋଜନ କରାଯାଇଥିଲା। ଏଥିରେ ଟିମ ଇଣ୍ଡିଆର କ୍ୟାପଟେନ ରୋହିତ ଶର୍ମାଙ୍କ ପତ୍ନୀ ରିତିକାଙ୍କ ସହିତ ଅନ୍ୟ ଖେଳାଳି ସାମିଲ ହୋଇଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

 

Post a Comment (0)
Previous Post Next Post