ଅର୍ଗସ ବ୍ୟୁରୋ: ଜଙ୍ଗଲୀ ଦନ୍ତା ହାତୀ ଆକ୍ରମଣରେ ବୈରୀ ଥାନା ଅନ୍ତର୍ଗତ ଶାଳପାଡ଼ା ପଞ୍ଚାୟତ ଚାରିଗୋଛିଆ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରବି ବିନ୍ଧାଣୀ। ଆଜି ସକାଳ ସମୟରେ ଜଙ୍ଗଲ ଯିବା ରାସ୍ତାରେ ଦନ୍ତା ହାତୀ ସାମ୍ନାରେ ପଡ଼ିଥିଲେ ରବି।
ଫଳରେ ହାତୀ ଆକ୍ରମଣରେ ତାଙ୍କ ଜୀବନ ଚାଲିଯାଇଥିଲା। ରବିଙ୍କ ସହ ଆଉ ଜଣେ ଯୁବକ ଉପସ୍ଥିତ ଥିଲେ। ହାତୀକୁ ଦେଖି ସେ ଗାଁ ଅଭିମୁଖେ ଧାଇଁ ଖବର ଜଣାଇଥିଲେ। ଗ୍ରାମବାସୀ ମୃତ ଶରୀରକୁ ପ୍ରଥମେ ଗାଁକୁ ଏବଂ ପରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ଆଣିଥିଲେ। ସ୍ବାସ୍ଥ୍ୟ କେନ୍ଦ୍ରରେ ବଡ଼ଚଣା ବିଧାୟକ ଅମର ନାୟକ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରଶାସନ ସ୍ତରରେ ଯଥାଶୀଘ୍ର କ୍ଷତି ପୂରଣ ପାଇଁ ବୈରି ବନାଞ୍ଚଳ ଅଧିକାରିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର