ବର୍ଷା ଆରମ୍ଭରୁ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ


 

ଭୁବନେଶ୍ୱର: ବର୍ଷା ଆରମ୍ଭରୁ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ ।  ଏପର୍ଯ୍ୟନ୍ତ ସାରା ରାଜ୍ୟରେ 389 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।  ସର୍ବାଧିକ ଖୋର୍ଦ୍ଧାରୁ 100 ରୋଗୀ ଚିନ୍ହଟ ହୋଇଛନ୍ତି । ସୁନ୍ଦରଗଡ଼ରୁ 38 ଓ ବଲାଙ୍ଗୀର ରୁ 33 ରୋଗୀ ଚି଼ହ୍ନଟ ହୋଇଛନ୍ତି । ଗତ ବର୍ଷ 220 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ।

ସଇଁତଲା ରୁ କିଛି ତେଲେଙ୍ଗାନା କାମ କରିବାକୁ ଯାଇଥିଲେ ।  ସେମାନଙ୍କ ପରିବାର ଲୋକଙ୍କ ଠାରୁ ଡେଙ୍ଗୁ ବ୍ୟାପିଛି । ଗୋପବନ୍ଧୁ ପଡା ରୁ ଏପର୍ଯ୍ୟନ୍ତ 23 ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଭୁବନେଶ୍ୱର ରୁ ସ୍ୱାସ୍ଥ୍ୟ ବିଭାଗର ଟିମ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସି ଡି ଏମ ଓ ଙ୍କ ସହ ଯୋଗାଯୋଗ ରଖାଯାଇଛି । କିଭଳି ରୋଗ ନ ବ୍ୟାପିବ ସେଥିପାଇଁ ଚେଷ୍ଟା କରାଯାଉଛି ।  ଟେଷ୍ଟିଙ୍ଗ ବଢ଼ାଯାଇଛି  ରାଜ୍ୟ ର ସବୁ ହସ୍ପିଟାଲ ରେ ଡେଙ୍ଗୁ ୱାର୍ଡ କରାଯାଇଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post