ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମାନସିକ ସ୍ବାସ୍ଥ୍ୟକୁ ନେଇ ପୁଣି ଚର୍ଚ୍ଚା

 

US President Joe Biden's mental health is being discussed again

ଅର୍ଗସ ବ୍ୟୁରୋ :  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମାନସିକ ସ୍ବାସ୍ଥ୍ୟକୁ ନେଇ ପୁଣି ଚର୍ଚ୍ଚା ।  ନାଟୋରେ ପ୍ରେସ ମିଟରେ ସେ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଭୁଲରେ ଉପରାଷ୍ଟ୍ରପତି ଟ୍ରମ୍ପ ବୋଲି କହିଛନ୍ତି ।  ପୂର୍ବରୁ ସେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଡିମିର ଜେଲେନସ୍କିଙ୍କୁ ଭୁଲରେ ଭ୍ଲାଡିମିର ପୁଟିନ୍ ବୋଲି ସମ୍ବୋଧନ କରିଥିଲେ । କିନ୍ତୁ ପରେ ଏହାକୁ ସଂଶୋଧନ କରି ନେଇଥିଲେ ।  ୮୧ ବର୍ଷ ବୟସ୍କ ଜୋ ବାଇଡେନ୍ ଦ୍ବିତୀୟଥର ରାଷ୍ଟ୍ରପତି ପଦ ପାଇଁ ଲଢିବାକୁ ସ୍ଥିର କରିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର

ଏଥିପାଇଁ ଆରମ୍ଭ କରିଛନ୍ତି କ୍ୟାମ୍ପେନ । କିନ୍ତୁ ବୟସାଧିକ ଯୋଗୁଁ ସେ ବାଉଳିଚାଉଳି ହେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଦୁଇ ସପ୍ତାହ ତଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ ବିତର୍କ ବେଳେ ମଧ୍ୟ ତାଙ୍କର ମାନସିକ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଉଠିଥିଲା ପ୍ରଶ୍ନ ।

Post a Comment (0)
Previous Post Next Post