ବର୍ଷା ଯୋଗୁଁ ହିମାଚଳ ପ୍ରଦେଶରେ ସ୍ଥିତି ବେହାଲ୍ : 288ଟି ରାସ୍ତା ବନ୍ଦ

 

Himachal Pradesh faces heavy rainfall with an 'orange' alert in 10 districts, leading to flash floods, landslides, and road closures.

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ  ହିମାଚଳ ପ୍ରଦେଶରେ ସ୍ଥିତି ବେହାଲ୍ । ଭୂସ୍ଖଳନ ଓ ବନ୍ୟା ଯୋଗୁଁ 288ଟି ରାସ୍ତା ବନ୍ଦ ରହିଛି । ମଣ୍ଡିରେ 60 ଟି ରାସ୍ତା, କୁଲ୍ଲୁରେ 37 ଟି, ଶିମଲାରେ 21 ଟି, କାଙ୍ଗଡାରେ 5ଟି, କିନ୍ନୋରରେ 4ଟି ଏବଂ ହମିରପୁର ଜିଲ୍ଲାରେ ଗୋଟିଏ ରାସ୍ତା ବନ୍ଦ ରହିଛି ।

ଏହା ବ୍ୟତୀତ 44ଟି ବିଦ୍ୟୁତ୍ ଏବଂ 67ଟି ଜଳ ଯୋଗାଣ ବ୍ୟବସ୍ଥା ବ୍ୟାହତ ହୋଇଛି । ଭାରୀ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସହ ଲୋକେ ଫସି ରହିଛନ୍ତି । ଏବେ ସୁଦ୍ଧା ଅନେକ ଲୋକଙ୍କ ମୃତ୍ୟୁ ଘଟିଲାଣି । ବିଶେଷ କରି ବନ୍ୟା ଯୋଗୁଁ ବହୁ କ୍ଷତିଗ୍ରସ୍ତ ହୋଇଛି ବାଠୁ ଗାଁ । 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ବିପନ୍ନଙ୍କ ପାଖେ ରିଲିଫ୍ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । 

ଅଧିକ ପଢନ୍ତୁ ଭାରତ ଖବର 

Post a Comment (0)
Previous Post Next Post