ଅଙ୍ଗୁରରେ ଭିଟାମିନ୍‌-ସି ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ


 

ଅର୍ଗସ ବ୍ୟୁରୋ: ଆପଣଙ୍କ ଶରୀରରେ ଦେଖାଯାଉଥିବା ଲକ୍ଷଣଗୁଡ଼ିକ ଶରୀରରେ କିଛି ପ୍ରକାରର ଅଭାବକୁ ବୁଝାଏ । ସେହିଭଳି ଯଦି ଆପଣଙ୍କ ଶରୀରରେ କୌଣସି ଭିଟାମିନ୍ ର ଅଭାବ ଥାଏ ତେବେ ଆପଣ ଶରୀରରେ କିଛି ଲକ୍ଷଣ ଦେଖନ୍ତି, ଏହାକୁ ଅଣଦେଖା କରି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । କିଛି ଛୋଟ ଦେଖାଯାଉ ଲକ୍ଷଣ ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ ।

ଶରୀରକୁ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବାରେ ଅଙ୍ଗୁରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ରକ୍ତଚାପକୁ ସନ୍ତୁଳିତ ରଖିଥାଏ। ତେଣୁ ଜଣେ ବ୍ଲଡ୍‌ପ୍ରେସର ସମସ୍ୟା ସହଜ ଜଡ଼ିତ ବ୍ୟକ୍ତି ଏହାକୁ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିପାରିବେ। କେବଳ ସେତିକି ନୁହେଁ, ଏଥିରେ ଆହୁରି ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଅଙ୍ଗୁରରେ ଭିଟାମିନ୍‌-ସି ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିଥାଏ। ଏଥିଯୋଗୁଁ ଶରୀର ବାହ୍ୟ ସଂକ୍ରମଣରୁ କେତେକାଂଶରେ ରକ୍ଷା କରେ ।

ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାରୁ ନିକଟରେ ଜଣାପଡ଼ିଛି ଯେ, ଏଥିରେ ଥିବା ଉପକାରୀ ତତ୍ତ୍ୱ କ୍ୟାନ୍‌ସର ଆକ୍ରାନ୍ତ କୋଷ(ସେଲ୍‌)ଗୁଡ଼ିକୁ ବୃଦ୍ଧି କରିବାକୁ ଦେଇ ନ ଥାଏ। ଏଥିରେ ଫାଇବର୍‌ ମଧ୍ୟ ରହିଛି, ଯାହା କୋଲେଷ୍ଟରଲ୍‌ର ମାତ୍ରାକୁ ସନ୍ତୁଳିତ ରଖେ। ଅଙ୍ଗୁରରେ ଭିଟାମିନ୍‌-କେ, କ୍ୟାଲସିୟମ୍‌, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ଥିବାରୁ ଏହା ଅସ୍ଥି ଓ ମଜ୍ଜାକୁ ଶକ୍ତ ରଖିଥାଏ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Post a Comment (0)
Previous Post Next Post