ଚନ୍ଦାହାଣ୍ଡିରେ ମଦ ମାଫିଆଙ୍କ ରାଜ୍


 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଗଳିକନ୍ଦିରେ ବେଧଡ଼କ ଚାଲିଛି ବେଆଇନ ଦେଶୀ, ବିଦେଶୀ ମଦ କାରବାର । ବିହାରୀ ଭାଟି ମାଲିକ, ପୋଲିସ ଓ ଅବକାରୀ ବିଭାଗର ଅସାଧୁ ମେଣ୍ଟରେ ଚନ୍ଦାହାଣ୍ଡି ଅଞ୍ଚଳରେ ଚୋରା ମଦର ବନ୍ୟା ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି । ବଟି ଆଦାୟ କରି ପୋଲିସ୍ ମାଫିଆଙ୍କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି । ବେଆଇନ ନିଶା କାରବାର ରୋକିବାକୁ ହେବକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ?  ବେଆଇନ ନିଶା କାରବାର ନା କୁଟୀର ଶିଳ୍ପ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଗଳିକନ୍ଦିରେ ବେଧଡ଼କ ଚାଲିଛି ବେଆଇନ ଦେଶୀ, ବିଦେଶୀ ମଦ କାରବାର । ବିହାରୀ ଭାଟି ମାଲିକ, ପୋଲିସ ଓ ଅବକାରୀ ବିଭାଗର ଅସାଧୁ ମେଣ୍ଟରେ ଚନ୍ଦାହାଣ୍ଡି ଅଞ୍ଚଳରେ ଚୋରା ମଦର ବନ୍ୟା ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେବା ସହ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ଦଲାଲ ମାନେ ନିର୍ଭୟରେ ପ୍ରତି ଗାଁ ଗଳିକନ୍ଦି ବୁଲି ବ୍ୟବସାୟୀଙ୍କୁ ଜରି ପାଉଚ୍ ମଦ ସହ ବିଦେଶୀ ମଦ ମଧ୍ୟ ଯୋଗାଇ ଦେଉଥିବା ସ୍ଥାନୀୟ ଲୋକ କହିଛନ୍ତି ।

ଚନ୍ଦାହାଣ୍ଡି ସଦରରେ ଅନେକ ସ୍ଥାନରେ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଛି । ଦେଓବନ୍ଧ, ସନ୍ଧିମୁଣ୍ଡା, ଖପରାଡ଼ିହି, ମାଲଗା, ଭାଟିପଡା ଭଳି ବିଭିନ୍ନ ସ୍ଥାନରେ ଠିପିଖୋଲା ଦେଶୀ ମଦ ଦୋକାନ ରହିଥିଲେ ବି ମାଲିକ ମାନେ ଗାଁଗାଁରେ ଚୋରାରେ ବ୍ୟବସାୟୀଙ୍କୁ ମଦ ଯୋଗାଉଛନ୍ତି । ବିଷାକ୍ତ ପାଉଚ୍ ମଦ ପିଇ ପୂର୍ବରୁ ଅନେକ ଜୀବନ ଯାଇଥିବାବେଳେ ମଦ ଯୋଗୁ ଚନ୍ଦାହାଣ୍ଡି ଅଞ୍ଚଳରେ ଅନେକ ଗରିବ ପରିବାର ସର୍ବସ୍ବାନ୍ତ ହୋଇଛନ୍ତି । ଗରିବ ଶ୍ରମିକ ଶ୍ରେଣୀର ଲୋକେ ନିଶାଗ୍ରସ୍ତ ହେବା ଆପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ହେଉଥିବା ଅଭିଯୋଗ ହୋଇଛି ।  ନିଶା କାରବାର ଉପରେ ଲଗାମ କଷିବାକୁ ଅବକାରୀ ବିଭାଗ ରହିଥିଲେବି ଅସାଧୁ ଅଧିକାରୀଙ୍କ ଯୋଗୁ ଆଇନ କାର୍ଯ୍ୟକାରୀ ହୋଇପାରୁନାହିଁ । ଲାଞ୍ଚଖୋର ଅଧିକାରୀଙ୍କ ସହ ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋରଦାର ହେଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post