ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ପୂର୍ବତନ ପ୍ରିନସିପାଲଙ୍କୁ ଉଠାଇ ନେଲା ପୋଲିସ

 

CBI Turns Up the Heat on Ex-RG Kar Principal Sandip Ghosh as Kin Allege Murdered Doctor Was 'Under Pressure'

ଅର୍ଗସ ବ୍ୟୁରୋ:  କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଉ କିଏ ସଂପୃକ୍ତ? ଦୁଷ୍କର୍ମ ନା ଗଣଦୁଷ୍କର୍ମ? ଏଥିରେ ରହିଛି କି କିଛି ବଡ଼ ବଡ଼ିଆଙ୍କ ହାତ? ଏବେ ଏହାକୁ ନେଇ ଖୋଳତାଡ଼ କରୁଛି ସିବିଆଇ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପୀଡ଼ିତଙ୍କ ପରିବାର କିଛି ଡାକ୍ତର, ଇନଟ୍ରନ୍, ଫିଜିସିଆନ୍‌ଙ୍କ ନାଁ ସିବିଆଇକୁ ଦେଇଛନ୍ତି। କିଛି ସନ୍ଦେହ ପ୍ରକାଶ କରି ଏହି ସବୁ ବ୍ୟକ୍ତିକୁ ବି ଚିହ୍ନଟ କରିଛି ତଦନ୍ତକାରୀ ସଂସ୍ଥା।

ତାସହ ଆର.ଜି.କର ମେଡିକାଲର  ପୂର୍ବତନ ପ୍ରିନସିପାଲ ସନ୍ଦୀପ ଘୋଷଙ୍କୁ ମଧ୍ୟ ଅଧା ରାସ୍ତାରୁ ଉଠାଇ ନେଇଛି ସିବିଆଇ। ତାଙ୍କ ସମେତ ୧୦ରୁ ଅଧିକ କର୍ମଚାରୀଙ୍କୁ ପଚରାଉଚରା ଜାରି ରହିଛି। ଏମିତିକି କିଛି ଜଣଙ୍କୁ ସିବିଆଇ ନିଜ ହେପାଜତରେ ବି ରଖିଥିବା ସୂଚନା ମିଳିଛି। ତେଣୁ ଏସବୁ ଦିଗକୁ ଦେଖିଲେ ଅନୁମାନ କରାଯାଉଛି କି ସିବିଆଇ ହାତରେ କିଛି ବଡ଼ ତଥ୍ୟ ଲାଗିଥାଇପାରେ। ଅପରପକ୍ଷେ ଘଟଣାକୁ ନେଇ କୋଲକାତାଠୁ ଆରମ୍ଭ କରି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Post a Comment (0)
Previous Post Next Post