ହିମାଚଳ ପ୍ରଦେଶରେ ଭୂକମ୍ପ ଝଟ୍‌କା ଅନୁଭୂତ

 ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରବଳ ବର୍ଷା ଭୂସ୍ଖଳନ ପିଛା ଛାଡ଼ି ନ ଥିବାବେଳେ ସେପଟେ ଭୂ-କମ୍ପର ଝଟକା ଅନୁଭୂତ ହୋଇଛି। ଶୁକ୍ରବାର ରାଜ୍ୟରେ କେତେକ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। 

ରିକ୍ଟର ସ୍କେଲରେ ଭୂ-କମ୍ପର ତୀବ୍ରତା ୩.୨ରେ ମାପ କରାଯାଇଛି। ବର୍ତ୍ତମାନ ଏହି ଭୂମିକମ୍ପରେ ଧନଜୀବନ ନଷ୍ଟ ହେବାର କୌଣସି ଖବର ନାହିଁ। ମିଳିଥିବା ସୂଚନା ଅନୁଯାୟୀ ଏହି ଭୂକମ୍ପ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।  

ଅଧିକ ପଢ଼ନ୍ତୁ ଭାରତ ଖବର 

Post a Comment (0)
Previous Post Next Post