ବିଷାକ୍ତ ମଦ ପିଇ ୨୦ରୁ ଊର୍ଦ୍ଧ୍ୱ ଅସୁସ୍ଥ: ଗୁରୁତର ଅବସ୍ଥାରେ ୪ଜଣ ହସ୍ପିଟାଲରେ ଭର୍ତ୍ତି



 ଅର୍ଗସ ବ୍ୟୁରୋ: ବିଷାକ୍ତ ମଦ ପିଇ ୨୦ରୁ ଉର୍ଦ୍ଧ୍ୱ ଅସୁସ୍ଥ, ଗୁରୁତର ଅବସ୍ଥାରେ ୪ଜଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଚିକିଟି ଏନଏସି ଅନ୍ତର୍ଗତ କରବାଳୁଆ ଓ ଜେନାପୁରର ମାଉନ୍ଦୁପରୁ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି। 

ରନ୍ଧା ଦେଶୀ ମଦ ପ୍ରସ୍ତୁତରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି। ୨୦ଜଣରୁ ଉଦ୍ଧ୍ୱର୍ ବ୍ୟକ୍ତି ଏହି ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post