ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏକତା ମଞ୍ଚ ବଙ୍ଗୋମୁଣ୍ଡା ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଅଗଷ୍ଟ ୨୧ ରେ ଭାରତ ବନ୍ଦକୁ ସମର୍ଥନ କରାଯାଇଛି।ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ଦିଆଯାଇଥିବା ରାୟକୁ ଏସଟି ,ଏସସି ଏକତା ମଞ୍ଚ ଦୃଢ଼ ବିରୋଧ କରିଛି।ବଙ୍ଗୋମୁଣ୍ଡା ବ୍ଲକ ରେ ଭାରତ ବନ୍ଦ ପାଲନ କରାଯିବା ନେଇ ପ୍ରସ୍ତୁତି ବୈଠକ ରେ ଶରତ ଚନ୍ଦ୍ର ସିଂ ଭୋଇ, ଜିଲା ଉପସଭାପତି ଆଦିବାସୀ ସମାଜ, ଚକ୍ରଧର ଜାନୀ,ସଭାପତି ଉତ୍କଳ କନ୍ଧ ସମାଜ ବଙ୍ଗୋମୁଣ୍ଡା,ମନୋରଞ୍ଜନ ଭୋଇ, ରାଜ୍ଯସଭା ସାଂସଦ ପ୍ରତିନିଧି ବଙ୍ଗୋମୁଣ୍ଡା, ଏସଟି ଏସସି ଏକତା ମଞ୍ଚ ଆବାହକ ରେଣୁରଂଜନ ବାଗ,ଆଇନଜିବୀ ଦିନେଶ ତାଣ୍ଡି,ପ୍ରେମିଶ ଚନ୍ଦ୍ର ବାଗ,ସତ୍ୟ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
