ଅର୍ଗସ ବ୍ୟୁରୋ: ଭୁସ୍କଳନ ପ୍ରବଣ ଅଞ୍ଚଳ ଗଜପତି ଜିଲ୍ଲା । ରାଜ୍ୟର ୧୪ ଜିଲ୍ଲା କୁ ରହିଛି ଭୂମିକମ୍ପ ଭୟ । ରାଜ୍ୟରେ ଏକମାତ୍ର ଜିଲ୍ଲା ଭାବେ ଗଜପତି ଭୁସ୍ଖଳନ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ଗଜପତି ଜିଲ୍ଲାରେ ରହିଛି ୧୨୯ ଟି ଭୁସ୍କଳନ ପ୍ରବଣ ସ୍ଥାନ । ଭୁସ୍କଳନକୁ ହ୍ରାସ ପାଇଁ ବିଭିନ୍ନ ବିଭାଗ, ପାଣିପାଗ ନିର୍ଦ୍ଦେଶାଳୟ, ଅମୃତା ବିଶ୍ୱ ବିଦ୍ୟା ପୀଠ,କେରଳ ମଧ୍ୟରେ ଲଗାତାର ସମନ୍ୱୟ ବୈଠକ ବସୁଛି ।
ଅଧିକ ସର୍ଭେ ପାଇଁ ଓସଡ଼ମା ଏବଂ ଅମୃତା ବିଶ୍ୱ ବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା ସ୍ୱକ୍ଷର ହୋଇଛି । ସେହିପରି ରାଜ୍ୟର ୧୪ ଜିଲ୍ଲାକୁ ରହିଛି ଭୂମିକମ୍ପ ଭୟ ।
ଜୋନ-୩ ଭୂମିକମ୍ପ ଅଞ୍ଚଳରେ ଆସୁଛି ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ, ବରଗଡ଼, ବାଲେଶ୍ଵର, ମୟୂରଭଞ୍ଜ । ବିଧାନସଭାରେ କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଲିଖିତ ଉତ୍ତର ରଖିଛନ୍ତି ।