ଭୁବନେଶ୍ୱର: ବିଧାନସଭାରେ ତୃତୀୟ ଦିନ ବି ଅଚଳାବସ୍ଥା । ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରି ଗୃହ ଅଚଳ କଲେ ବିରୋଧୀ । ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡିର ହୋହଲ୍ଲା । ଇଡି ପ୍ରସଙ୍ଗରେ କଂଗ୍ରେସର ନାରାବାଜି । ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ବିରୋଧୀ ହଟ୍ଟଗୋଳ କରିଛନ୍ତି । ପୂର୍ବାହ୍ନ 11.30 ଯାଏଁ ବିଧାନସଭା ମୁଲତବି ଘୋଷଣା କଲେ ବାଚସ୍ପତି ।
ଗତକାଲି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ବାଚସ୍ପତିଙ୍କ ପୋଡ଼ିୟମ ତଳେ ନାରାବାଜି କରିଥିଲେ ଉଭୟ ବିଜେଡି ଓ କଂଗ୍ରେସ । ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ଯାଇଥିଲେ ତାରା ବାହିନୀପତି ।
ଆହୁରି ପଢନ୍ତୁ ଓଡିଶା ଖବର...