ବିବାଦ ଘେରରେ ହଲିଉଡ ସୁପରଷ୍ଟାର ଟମ କ୍ରୁଜଙ୍କ ଫ୍ୟାନ୍

A fan of Hollywood superstar Tom Cruise in controversy

ଅର୍ଗସ ବ୍ୟୁରୋ: ବିବାଦ ଘେରରେ ହଲିଉଡ ସୁପରଷ୍ଟାର ଟମ କ୍ରୁଜଙ୍କ ଫ୍ୟାନ୍। ଅଲମ୍ପିକ୍ସର କ୍ଲୋଜିଙ୍ଗ ସେରିମନିରେ ଚୁମ୍ବନ ଦେଇ ହେଲେ ଟ୍ରୋଲର ଶିକାର। ବାସ୍ତବରେ ପ୍ୟାରିସ ଅଲିମ୍ପିକ୍ସ ବନ୍ଦ ସମାରୋହରେ ଯେତେବେଳେ ଟମ୍ କ୍ରୁଜ୍ ନିଜ ଫ୍ୟାନ୍ସ ମାନଙ୍କ ସହିତ ହାତ ମିଳାଉଥିଲେ ସେତେବେଳେ ଜଣେ ମହିଳା ନିଜ ଫୋନରେ ଭିଡିଓ କରିବା ପାଇଁ ଟମ୍ ଙ୍କ ଗାଲକୁ ଚୁମ୍ବନ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ନିନ୍ଦା କରିଛନ୍ତି ଲକ୍ଷ ଲକ୍ଷ ୟୁର୍ଜସ।

 

ଭିଡିଓ ଭାଇରାଲ ହେବାପରେ ଏବେ ଅନେକ ବିବାଦ ସୃଷ୍ଟି କରିଛି। ସୋସିଆଲ ମିଡିଆ ୟୁଜର୍ସ ଏହାକୁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବୋଲି କହିଛନ୍ତି। ତାସହିତ ଲିଙ୍ଗଗତ ଭେଦଭାବକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଯଦି ସମାନ ବ୍ୟବହାର ଜଣେ ସେଲିବ୍ରିଟି ନିଜ ଫ୍ୟାନ ସହିତ କରିଥାନ୍ତା ତାହେଲେ କ'ଣ ହୋଇଥାନ୍ତା ? ମହିଳା ଜଣକ ଟମଙ୍କ ସମ୍ମତି ମାଗିଥିଲେ କି? ଯଦି କୌଣସି ମହିଳା ସେଲିବ୍ରିଟିଙ୍କ ସହିତ ସମାନ ବ୍ୟବହାର ହୋଇଥାନ୍ତା ତାହେଲେ କଣ ସେଠାରେ ଥିବା ଅଡିଏନ୍ସ ଏପରି ଉପଭୋଗ କରିଥାନ୍ତେ? ବରଂ ସେହି ପୁରୁଷ ଜଣଙ୍କୁ ଜିଅନ୍ତା ଜାଳିଦେବାର ବ୍ୟବସ୍ଥା କରିଥାନ୍ତେ, ଏଭଳି ଅନେକ ପ୍ରଶ୍ନ କରି ନିନ୍ଦା କରିଛନ୍ତି ୟୁଜର୍ସ।

ତାସହିତ ସେଠାରେ ଉପସ୍ଥିତ ଥିବା ଅଡିଏନ୍ସଙ୍କୁ ସେହି ମୁହୁର୍ତ୍ତକୁ ଉପଭୋଗ କରିଥିବାରୁ ସବୁଠାରୁ ଖରାପ ଦର୍ଶକ ବୋଲି ଅନେକ କହିଛନ୍ତି। ଅଲମ୍ପିକ୍ସ ମଇଦାନରେ ମହିଳାଙ୍କର ଏପରି ବ୍ୟବହାର କରିବା ଏବଂ ଦର୍ଶକ ତାକୁ ଉପଭୋଗ କରିବା ସମ୍ପୂର୍ଣ୍ଣ ନିନ୍ଦନୀୟ ବୋଲି କହିଛନ୍ତି ସୋସିଆଲ ମିଡିଆ ୟୁଜର୍ସ।

ତେବେ ଆପଣଙ୍କୁ ଜଣାଇଦେବୁ ହଲିଉଡ଼ର ସ ବୁଠାରୁ ନାମୀଦାମୀ ସୁପରଷ୍ଟାର ହେଉଛନ୍ତି ଟମ୍ କ୍ରୁଜ୍। ତାଙ୍କର ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ। ଫ୍ୟାନ୍ସ ତାଙ୍କ ପାଇଁ ପାଗଳ ଭଳି ହୁଅନ୍ତି। ହଲିଉଡ଼ରେ ଅନେକ ସୁପରହିଟ୍ ଫିଲ୍ମ କରିଛନ୍ତି। ତାଙ୍କ ଫିଲ୍ମ କ୍ୟାରିୟରରେ ମିସନ ଇମ୍ପସିବଲ ସବୁଠାରୁ ସୁପର ଡୁପର ହିଟ୍ ପ୍ରମାଣିତ ହୋଇଛି। 

ଅଧିକ ପଢନ୍ତୁ ବିଦେଶ ଖବର

Post a Comment (0)
Previous Post Next Post