ଅର୍ଗସ ବ୍ୟୁରୋ: କଣାସ ମାଇନର କେନାଲରେ ଯୁବକର ମୃତଦେହ ଉଦ୍ଧାର । ମୃତକ ଜଣକ ହେଉଛନ୍ତି ହେଉଛନ୍ତି ଗଡ଼ିଶାଗଦା,କଣାସ ବ୍ଲକର ରାଜ କିଶୋର ସେଠିଙ୍କ ପୁଅ ବିପିନି କୁମାର ସେଠି ବୟସ 30 ।ସେ ଗତ କାଲିଠାରୁ ନିଖୋଜ ଥିଲେ ଆଜି ସକାଳୁ କଣାସ ମାଇନର କେନାଲରେ ଭାସୁଥିବାର କିଛି ଲୋକ ଦେଖି ପିପିଲି ପୋଲିସକୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ପିପିଲି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ତାହାର କାରଣ ଅଷ୍ପଷ୍ଟ । , ତେବେ ପିପିଲି ପୋଲିସ ଶବ କୁ ଜବତ କରି ପୋଷ୍ଟମର୍ଟମ ପାଇଁ ପୁରୀ ପଠାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...