ଓଡ଼ିଶା ସମେତ ୯ ରାଜ୍ୟର ୧୨ ରାଜ୍ୟସଭା ଆସନ ପାଇଁ ହେବ ଉପନିର୍ବାଚନ

 

Elections to 12 vacant Rajya Sabha seats from 9 states on September 3

ଅର୍ଗସ ବ୍ୟୁରୋ:  ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ । ଏନେଇ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶା ସମେତ ୯ ରାଜ୍ୟର ୧୨ ରାଜ୍ୟସଭା ଆସନ ପାଇଁ ହେବ ଉପନିର୍ବାଚନ । ଅଗଷ୍ଟ ୧୪ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ୨୧  ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ଅଗଷ୍ଟ ୨୬ ଓ ୨୭ରେ ନାମାଙ୍କନ ପ୍ରତ୍ୟାହାର କରପାରିବେ ଆଶାୟୀ ପ୍ରାର୍ଥୀ । ଓଡ଼ିଶାର ଗୋଟିଏ ଆସନରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଆସାମ, ବିହାର ଓ ମହାରାଷ୍ଟ୍ରର ୨ଟି ଲେଖାଏ ଆସନ ପାଇଁ ହେବ ନିର୍ବାଚନ ।

ତେଲଙ୍ଗାନା, ହରିଆଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରାରେ ଗୋଟିଏ ଲେଖାଏ ରାଜ୍ୟସଭା ଆସନ ପାଇଁ ହେବ ଉପ ନିର୍ବାଚନ । ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ମମତା ମହାନ୍ତ ସାଂସଦ ପଦରୁ ଇସ୍ତଫା ଦେବା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଥିଲା।  ରାଜ୍ୟସଭାକୁ ଯାଇଥିବା ୧୨ ଜଣ ସଦସ୍ୟଙ୍କ ମଧ୍ୟରୁ ୧୦ ଜଣ ନିକଟରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି। ସେମାନେ ଲୋକସଭାକୁ ଯାଇଥିବାରୁ ଏବେ ଉକ୍ତ ରାଜ୍ୟସଭା ଆସନ ଗୁଡ଼ିକ ପାଇଁ ଉପ ନିର୍ବାଚନ ହେବାକୁ ଯାଉଛି। ଏମାନଙ୍କ ମଧ୍ୟରେ ପୀୟୂଷ ଗୋଏଲ, ସର୍ବାନନ୍ଦ ସୋନୱାଲ ଓ ଜ୍ୟୋତିରାଦିତ୍ୟ ସିନ୍ଦିଆ ପ୍ରମୁଖ ରହିଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

Post a Comment (0)
Previous Post Next Post