ରେଳ ଲାଇନରେ ଲାଗିବ ଟ୍ରାକ ନିରାପତ୍ତା ବାଡ଼


 

ଅର୍ଗସ ବ୍ୟୁରୋ: ରେଳ ନିରାପତ୍ତାକୁ ବୃଦ୍ଧି କରିବା ସହ ଟ୍ରେନ ଲାଇନରେ ପଶୁଜନ୍ତୁଙ୍କ ମୃତ୍ୟୁକୁ ରୋକିବାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ଭାରତୀୟ ରେଳ ବିଭାଗ । ଭଦ୍ରକ-ବାଲେଶ୍ୱର-ଖଡ଼ଗପୁର ରେଳ ସେକ୍ସନରେ ନିରାପତ୍ତା ବାଡ (ଫେନ୍ସିଂ) ପ୍ରକଳ୍ପ ପାଇଁ ୨୦୨.୧୨ କୋଟି ଟଙ୍କା ମଞ୍ଜୁର କରିଛି।

ସମ୍ବେଦନଶୀଳ ରେଳ ଧାରଣା ପାଖରେ ଏହି କାର୍ୟ୍ୟ କରାଯିବ। ଉଭୟ ଡବଲ୍ ଡବ୍ଲୁ ମେଟାଲ୍ ବିମ୍ କ୍ରାସ୍ ବ୍ୟାରିୟର ଏବଂ ଫିକ୍ସଡ୍ ନଟ୍ ଫେନ୍ସିଂ ବାରିୟର ଏହି ସମ୍ବେଦନଶୀଳ କ୍ଷେତ୍ରମାନଙ୍କରେ ନିର୍ମାଣ କରାଯିବ। ଫେନସିଂ ପାଇଁ ଏହି ସ୍ଥାନ ଗୁଡିକ ସମ୍ବେଦନଶୀଳ ସ୍ଥାନ ଭାବେ ଚିହ୍ନଟ କରାଯାଇଛି । କାରଣ ରେଳ ଧାରଣା ଉଚ୍ଚତା ପ୍ରାୟ ଚଳପ୍ରଚଳ ଅଞ୍ଚଳର ଭୂମିସ୍ତର ସହିତ ସମାନ ରହିଛି ଯାହାଦ୍ୱାରା ଗୃହପାଳିତ ପଶୁ ଏବଂ ଅନଧିକାର ପ୍ରବେଶକୁ ରେଳ ଟ୍ରାକ ପାର ହେବାପାଇଁ ବାରଣ କରାଯାଇ ପାରିବ।

ଅଧିକ ପଢ଼ନ୍ତୁ ଭାରତ ଖବର 

Post a Comment (0)
Previous Post Next Post