ଆସିଲା 'ସୁଭଦ୍ରା'ର ଫାଇନାଲ ଗାଇଡଲାଇନ , ଏହିମାନେ କରିପାରିବେ ଆବେଦନ

 

The final guidelines of 'Subhadra' scheme here, they can apply

ଅର୍ଗସ ବ୍ୟୁରୋ : ଜିଲ୍ଲାପାଳମାନଙ୍କ ପାଖକୁ ଗଲା `ସୁଭଦ୍ରା'ର ଫାଇନାଲ୍ ଗାଇଡ୍‌ଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଚିଠି ଲେଖି ନୂଆ ଗାଇଡ୍‌ଲାଇନ ଅବଗତ କରାଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ୍ ଥିଲେ `ସୁଭଦ୍ରା'ରେ ଆବେଦନ କରିହେବ । ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାର ଲାଭାର୍ଥୀ ବି ଆବେଦନ କରିପାରିବେ । ଉଭୟ ରାସନ କିମ୍ବା ଅନ୍ତ୍ୟୋଦୟ କାର୍ଡ ଥିଲେ ସାମିଲ୍ ଥିବା ଆବଶ୍ୟକ । ରାସନ କାର୍ଡ ନ ଥିବା ମହିଳା ମଧ୍ୟ ଆବେଦନ କରିପାରିବେ ।

ଅଧିକ ପଢନ୍ତୁ : ବିଜେପି ଯୋଜନା, ବିଜେଡିର ଟେନସନ୍‌

ରାସନ କାର୍ଡ ନ ଥିଲେ ଇନ୍‌କମ୍ ସାର୍ଟିଫିକେଟ୍ ଦେବାକୁ ପଡ଼ିବ । ସେମାନଙ୍କ ଆୟ ବାର୍ଷିକ ଅଢ଼େଇ ଲକ୍ଷରୁ କମ୍ ହୋଇଥିବା ଆବଶ୍ୟକ । ବାକି ସମସ୍ତ ଯୋଗ୍ୟତା ମାନଦଣ୍ଡ ସମାନ ଥିବା ସୂଚନା ରହିଛି । ସୁଭଦ୍ରା ଯୋଜନାର ନୂଆ ଗାଇଡ୍‌ଲାଇନରେ ସ୍ପଷ୍ଟ କଲେ ସଚିବ ।

Post a Comment (0)
Previous Post Next Post