ବୌଦ୍ଧ: ମହାନଦୀକୁ ଡେଇଁଲେ ଛାତ୍ରୀ । ବୌଦ୍ଧ ଜିଲ୍ଲା ମିର୍ଜାକୁଦ ବ୍ରିଜରୁ ମହାନଦୀକୁ ଡେଇଁଲେ ନବମ ଶ୍ରେଣୀର ଛାତ୍ରୀ । ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ । ଛାତ୍ରୀଙ୍କୁ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କରାଯାଇ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ବୌଦ୍ଧ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
