ମର୍ମନ୍ତୁଦ ଦୁର୍ଘଟଣା, ବାଇକ ଉପରକୁ ମାଡିଗଲା ଟ୍ରକ

 

accident, the truck ran over the bike

ଅର୍ଗସ ବ୍ୟୁରୋ:  ନବରଙ୍ଗପୁର ଉମରକୋଟ କୁନ୍ଦେଇ ଥାନା ଅନ୍ତର୍ଗତ ରାବଣା ଗୁଡା ନିକଟରେ ଅଭାବନୀୟ ଘଟଣା। ବୋଲବମରୁ ପାଣି ଢାଳି ବାଇକ ଯୋଗେ ଘରକୁ ଫେରିବା ସମୟରେ ବାଇକ ଉପରକୁ ମାଡିଗଲା ଟ୍ରକ। ଘଟଣା ସ୍ଥଳରେ ବାପା, ମାଙ୍କ ମୃତ୍ୟୁ ଘଟିଥିବା ବେଳେ ଅଳ୍ପକେ ବର୍ତିଗଲେ ନାବାଳକ ପୁଅ। ମୃତକ ପରଚିପାରା ଗାଁର ଅଜିତ ମଜୁମଦାର  ଓ ଦୀପିକା ମଜୁମଦାର । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଜାରି ରହିଥିବା ବେଳେ ପୋଲିସ ପହଞ୍ଚି ଉତେଜିତ ଲୋକଙ୍କୁ ବୁଝା ସୁଝା କରିଛି। ମୃତଦେହକୁ ଜବତ କରି ହାଟଭରଣ୍ଡୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି। ଏହାସହ ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post