ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ

 

The state government's efforts to overcome the potato crisis, the price of potato is decreasing

ଅର୍ଗସ ବ୍ୟୁରୋ:ଆଳୁ ମହାନାଟକ ଶେଷ କେବେ। ରାଜ୍ୟରେ ନାହିଁ ଶୀତଳ ଭଣ୍ଡାର,୨୪ ବର୍ଷର ବିଜେଡି ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା। ମାତ୍ର ସରୁନି ଆଳୁ ପାଇଁ ମହାନାଟକ। କିନ୍ତୁ ଏହାରି ଭିତରେ ଆଳୁ ସଙ୍କଟ ଦୂର ପାଇଁ  ଅଣ୍ଟା ଭିଡିଛନ୍ତି ମୋହନ ସରକାର । ଖୁବ୍ ଶୀଘ୍ର ଦୂର ହେବ ଆଳୁ ସଂକଟ । ସମସ୍ୟାର ସମାଧାନ ପାଇଁ ପୁଣି ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ କରିବାକୁ କରିଛନ୍ତି ଅନୁରୋଧ । ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମମତା ବାନାର୍ଜୀ । ଏପଟେ ଆଳୁ ସଙ୍କଟ ଦୂର କରିବାକୁ ନିଜ ସ୍ତରରେ ଉଦ୍ୟମ ବି ଜାରି ରଖିଛନ୍ତି ରାଜ୍ୟ ସରକାର । ନାଫେଡ୍ ମାଧ୍ୟମରେ ଓଡ଼ିଶାରେ ଆଳୁ ପହଞ୍ଚିବା ପରେ ଧିରେ ଧିରେ ଦର ଖସୁଛି। ପୁଣି ୟୁପିରୁ ରେଳ ଯୋଗେ ଆଳୁ ଆସିବା ପାଇଁ ବ୍ୟବସ୍ଥା କରାଯାଉଛି,ଚିନ୍ତା ନ କରିବାକୁ କହିଛନ୍ତି ଯୋଗାଣ ମନ୍ତ୍ରୀ।

ଆଳୁ ପାଇଁ ମୁଖ୍ୟତଃ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଆସୁଛି ଓଡ଼ିଶା। ଆଉ ଏବେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟାଳଟୁଳ ନୀତି ଯୋଗୁଁ ପ୍ରାୟ ମାସେ ହେଲା ନାକେଦମ୍ ହୋଇଛନ୍ତି ଓଡ଼ିଶାବାସୀ। ରାଜ୍ୟରେ ଶୀତଳ ଭଣ୍ଡାର ନାହିଁ, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇ ଠକିଦେଇଥିଲା ବିଜେଡି ସରକାର। ପୁଣି ଆଳୁ ମିଶନ ନାଁରେ କେବଳ ପ୍ରଚାର କରୁଥିଲେ ନବୀନ ସରକାର। ରାଜ୍ୟରେ ୨୪ ବର୍ଷ ଧରି ଶାସନ କରିଥିବା ବିଜେଡି ସରକାରର ଅପାରଗତାରୁ ରାଜ୍ୟବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି । କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ଆଉ କେତେ ଦିନ ଆଳୁ ପାଇଁ ପଶ୍ଚିମବଙ୍ଗ ଓ ୟୁପି ଉପରେ ନିର୍ଭର କରିବ ଓଡ଼ିଶା 

ଆଳୁ ସଂକଟର ସମାଧାନ ପାଇଁ ମୋହନ ସରକାର ଲଗାତାର ଉଦ୍ୟମ ଜାରି ରଖିଛନ୍ତି। ଭୁବନେଶ୍ବରରେ ଚଢ଼ା ଦରରେ ଆଳୁ ବିକ୍ରି କରୁଥିବା ବ୍ୟବସାୟୀଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଯୋଗାଣ ବିଭାଗ ଚଢ଼ାଉ କରୁଛି। ଆଳୁ ଦୋକାନୀଙ୍କୁ ଦର ତାଲିକା ବୋର୍ଡ ଝୁଲାଇବାକୁ ନିର୍ଦ୍ଦେଶ ବି ଦିଆଯାଇଛି। ସଠିକ୍ ଓଜନର ସାମଗ୍ରୀ ଦେବାକୁ ବ୍ୟବସାୟୀଙ୍କୁ ବିଭାଗ ପକ୍ଷରୁ କରାଯାଇଛି ତାଗିଦ୍  । ଆଳୁ ଟେନସନ୍‌ରେ ଲାଗିବ ବିରାମ। ରାଜ୍ୟସରକାରଙ୍କ ପ୍ରୟାସ ଖୁବ୍ ଶୀଘ୍ର କମିବ ଆଳୁର ଭାଉ,ଦୂର ହେବ ଆଳୁର ସଙ୍କଟ
 
Post a Comment (0)
Previous Post Next Post