ଅର୍ଗସ ବ୍ୟୁରୋ: ଖଇରାରୁ ଭଦ୍ରକ ଆସୁଥିବା ଜୟ ରଘୁନାଥ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ରାଣୀତାଲ ଗୋପାଳି ଛକ ନିକଟରେ ଓଲଟି ପଡ଼ିଲା ରଘୁନାଥ ନାମକ ଯାତ୍ରୀବାହୀ ବସ। ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି।
ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଏବଂ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସର ତନାଘନା ଜାରି ରହିଛି। ତେବେ ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
