କାଶ୍ମୀରକୁ ପାଲେଷ୍ଟାଇନ୍ ସହିତ ପାକିସ୍ତାନ ତୁଳନା କରିବା ହାସ୍ୟାସ୍ପଦ:ମଙ୍ଗଳନନ୍ଦନ

 

Comparing Kashmir with Palestine is ridiculous: Mangalanandan

ଅର୍ଗସ ବ୍ୟୁରୋ: ପାକିସ୍ତାନର ମିଛବର୍ଷିଛି ଭାରତ।ଜାତିସଂଘ ମହାସଭାରେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍ ପୁଣି ବିଷ ଓଗାଳିଛନ୍ତି,ଦେଖିବାକୁ ମିଳିଛି ପାକିସ୍ତାନର କାଶ୍ମୀର ରାଗ । ଭାରତ କାଶ୍ମୀରରେ ଏକତରଫା ମନମାନୀ ଚଳାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଜାତିସଂଘରେ ମିଛ ଅଭିଯୋଗ ଆଣିଛନ୍ତି । କଶ୍ମୀରର ଅବସ୍ଥା ଏବେ ପାଲେଷ୍ଟାଇନ ଭଳି । ଜମ୍ମୁ-କଶ୍ମୀରରେ ଭାରତ ସରକାର କ୍ଷମତା ଠାରୁ ଅଧିକ ସୈନ୍ୟ ବିସ୍ତାର କରିଛନ୍ତି । ଯାହାକୁ ପାକିସ୍ତାନ ବିରୋଧ କରୁଛି ବୋଲି ସେ କହିଛନ୍ତି । ପାକିସ୍ତାନ ଶାନ୍ତି ଚାହୁଁଥିବା କହିଛନ୍ତି ଶରିଫ୍, ଯାହା ସୈତାନର ବେଦପାଠ ଭଳି । ସେପଟେ ପାକିସ୍ତାନର ଏଭଳି ଦୋମୁହାଁ ଚରିତ୍ରକୁ କଡ଼ା ଜବାବ ଦେଇଛି ଭାରତ ।  ଭାରତ ପକ୍ଷରୁ ଜାତିସଂଘ ମହାସଭାରେ ଉପସ୍ଥିତ ଥିବା ପ୍ରତିନିଧି  ଭାବିକା ମଙ୍ଗଳନନ୍ଦନ ପାକିସ୍ତାନ ଉପରେ ଧୁମ୍ ବର୍ଷିଛନ୍ତି । ସାରା ବିଶ୍ବ ଜାଣିଛି ଆତଙ୍କବାଦୀଙ୍କ କେନ୍ଦ୍ରସ୍ଥଳି କେଉଁଠି । ଆତଙ୍କୀ ଆଶ୍ରୟ ଦେଉଥିବା ଦେଶ କାଶ୍ମୀରକୁ ପାଲେଷ୍ଟାଇନ୍ ସହିତ ତୁଳନା କରିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି । ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପାକିସ୍ତାନ ଏଇ ଖେଳ ଖେଳୁଥିବା କହିଛନ୍ତି ଭାବିକା 

Post a Comment (0)
Previous Post Next Post