ବିଶ୍ବର ସବୁଠୁ ଅପରିଷ୍କାର ମଣିଷ , ଗାଧେଇବାରୁ ଚାଲିଗଲା ଜୀବନ

 NEWS HIGHLIGHTS

  • ବିଶ୍ବର ସବୁଠୁ ଅପରିଷ୍କାର ମଣିଷ
  • ଦୀର୍ଘ ୬୭ ବର୍ଷ ହେବ ଗାଧୋଉନଥିଲେ
  • ଗାଧେଇବାରୁ ଚାଲିଗଲା ଜୀବନ 

ଅର୍ଗସ ବ୍ୟୁରୋ : ଏମିତି ଜଣେ ବ୍ୟକ୍ତି ଯିଏ ଦିନକେ କି ଦୁଇ ଦିନ ନୁହେଁ ବରଂ ଦୀର୍ଘ ୬୭ ବର୍ଷ ହେବ ଗାଧୋଉନଥିଲେ । ସେଥିପାଇଁ ହିଁ ସେ ଦୂନିଆର ସବୁଠୁ ଅପରିଷ୍କାର ବ୍ୟକ୍ତି ଭାବେ ଆଖ୍ୟା ପାଇଥିଲେ । ଆଉ ଯେଉଁଦିନ ଗାଧେଇବାକୁ ସ୍ଥିର କଲେ ସେଦିନ ତାଙ୍କ ଜୀବନ ଚାଲିଗଲା । 

ସାଧାରଣତଃ ଶୀତଦିନରେ ଅଧିକାଂଶ ବ୍ୟକ୍ତି ଗାଧେଇବାକୁ ପସନ୍ଦ କରନ୍ତିନି। ଅତ୍ୟଧିକ ଥଣ୍ଡା ହେତୁ କିଛି ଅଳସୁଆ ବ୍ୟକ୍ତି ଏପରି କରିଥାନ୍ତି । ହେଲେ ଏପରି ବ୍ୟକ୍ତି ଅଛନ୍ତି ଯିଏ, ଆଦୌ ଖରାଦିନ ହେଉ କି ବର୍ଷା କି ଶୀତ ଗାଧେଇବାକୁ ପସନ୍ଦ କରିନଥାନ୍ତି । ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଇରାନର ଆମୌ ହାଜି। ସେ ଦେଜଘା ନାମକ ଏକ ଗାଁରେ ରହୁଥିଲେ । ରିପୋର୍ଟ ମୁତାବକ ସେ ଦୀର୍ଘ ୬୭ ବର୍ଷ ହେବ ଆଦୌ ଗାଧୋଉନଥିଲେ । କି ଗାଧେଇବାକୁ ଇଚ୍ଛା କରୁନଥିଲେ । ଏହାର କାରଣରେ ତାଙ୍କୁ ପାଣିକୁ ଭୟ ଲାଗେ, ସେଥିପାଇଁ ସେ ଗାଧାନ୍ତିନି କେବେ ବୋଲି କୁହନ୍ତି ।
ହେଲେ ଯେତେବେଳେ ସେହି ଗାଁର ଲୋକେ ତାଙ୍କୁ ଜବରଦସ୍ତ ଗାଧୋଇଦେବା ପାଇଁ ଧରି ବାଥରୁମକୁ ନେଇ ଯାଇଥିଲେ । ସେତେବଳେ ସେ ଗାଧେଇବା ପରେ ଖୁବ ଅସୁସ୍ଥ ହୋଇ ଯାଇଥିଲେ । ଧିରେଧିରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଥିଲା । ଏବଂ ପରେ ପରେ ସେ ରୋଗରେ ପଡି ପଡି ମୃତ୍ୟୁବରଣ କରିଥିଲେ । ସେଠାରେ ଥିବା ଲୋକମାନେ ପ୍ରକୃତରେ ଅନୁଭବ କରିଥିଲେ ଯେ ପ୍ରକୃତରେ ତାଙ୍କର ପାଣି ପ୍ରତି ଭୟ ଥିବା ଅନୁଭବ କରିଥିଲେ । 
ହାଜି ୯୪ ବର୍ଷ ହୋଇଥିବା ସମୟରେ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା । ତେବେ ଏହି ବ୍ୟକ୍ତି ଜଣକ ମୃତ ପଶୁପକ୍ଷୀଙ୍କ ମାଂସ ଖାଇବା ପସନ୍ଦ କରୁଥିଲେ । ଏବଂ ଏକ ସିଗାରେଟ ପାଇପରେ ପଶୁପକ୍ଷୀଙ୍କ ମଳକୁ ଶୁଖାଇ ସେଥିରେ ଭର୍ତ୍ତି କରି ପିଉଥିଲେ । ଶେଷରେ ଗାଧେଇବା ହିଁ ତାଙ୍କ ଜୀବନ ନେଇଗଲା ।
Post a Comment (0)
Previous Post Next Post