ନୂଆଦିଲ୍ଲୀ: ଯବାନଙ୍କ ମନୋବଳ ବଢାଇବାକୁ ଆଜି ବିଶ୍ବର ଉଚ୍ଚତମ ଯୁଦ୍ଧକ୍ଷେତ୍ର ସିଆଚୀନ ପରିଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବେସ୍ କ୍ୟାମ୍ପରେ ଯବାନଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି । ତୃତୀୟ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ସିଆଚୀନ ଗସ୍ତ କରିବେ ।
ଏହା ପୂର୍ବରୁ 2004ରେ ରାଷ୍ଟ୍ରପତି ଅବଦୁଲ କାଲାମ ଓ 2018ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସିଆଚୀନ ଗସ୍ତ କରିଥିଲେ । ସମୁଦ୍ର ପତନ ଠାରୁ ୨୦ ହଜାର ଫୁଟ୍ ଉଚ୍ଚରେ ଅବସ୍ଥିତ ଏହି କ୍ୟାମ୍ପରେ ଆମ ଦେଶର ଯବାନ ମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଥାନ୍ତି । ପ୍ରତି ମୁହୁର୍ତ୍ତରେ ସେମାନଙ୍କୁ ପ୍ରବଳ ପବନ ସହ ବରଫ ଝଡର ସାମ୍ନା କରିବାକୁ ପଡିଥାଏ ।
ଅଧିକ ପଢନ୍ତୁ ଭାରତ ଖବର