ବ୍ୟାଙ୍କରେ ଲାଗିଲା ନିଆଁ, କାଗଜପତ୍ର ସହ କମ୍ପ୍ୟୁଟର ଜଳିଗଲା

  କେନ୍ଦୁଝର:  ବ୍ୟାଙ୍କରେ ଲାଗିଲା ନିଆଁ । ଆନନ୍ଦପୁର ପୌରାଞ୍ଚଳ ଘଷିପୁରା ଥାନା ସାମ୍ନାରେ ଥିବା ଘଷିପୁରା ଷ୍ଟେଟ୍ ବ୍ୟାଙ୍କ  ଶାଖାରେ ଅଗ୍ନିକାଣ୍ଡ । ଆଜି ଭୋର ସମୟରେ ଶାଖା କାର୍ଯ୍ୟାଳୟରୁ ଧୁଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଶାଖା ପରିଚାଳକଙ୍କୁ ଖବର କରିଥିଲେ ।

ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତି କରିଛନ୍ତି । ଅଗ୍ନିକାଣ୍ଡରେ ବ୍ୟାଙ୍କ ଫିଲ୍ଡ ଅଫିସରଙ୍କ  ପ୍ରକୋଷ୍ଠର କିଛି କାଗଜପତ୍ର ସହ ଏକ କମ୍ପ୍ୟୁଟର ପୋଡ଼ି ଯାଇଛି । ଅଗ୍ନିକାଣ୍ଡରେ କୌଣସି ବଡ଼ ଧରଣର କ୍ଷତି ଘଟିନଥିବା ସୂଚନା ଦେଇଛନ୍ତି ଶାଖା ପରିଚାଳକ । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି  ଅନୁମାନ କରାଯାଉଛି । 

ଅଧିକ ପଢନ୍ତୁ ଓଡିଶା ଖବର 

Post a Comment (0)
Previous Post Next Post