ଶ୍ରୀକ୍ଷେତ୍ରରେ ୪୫ ମିଲିମିଟର ବର୍ଷା ରେକର୍ଡ...

 ପୁରୀ: ଶ୍ରୀକ୍ଷେତ୍ରରେ ୪୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବଡ଼ଦାଣ୍ଡ ଓ ସହରର ମୁଖ୍ୟ ସ୍ଥାନରେ ଜମିଛି ପାଣି । ଆଜି ବି ଜିଲ୍ଲାରେ ଜାରି ରହିଛି ବର୍ଷାର ପ୍ରଭାବ । ଜିଲ୍ଲାରେ ୮୨୨ ମିଲିମିଟର ବର୍ଷା ରେକର୍ଡ କରାଯିବା ସହ ହାରାହାରି ପ୍ରତିଶତ ୬୮ ଦଶମିକ ୫ ରହିଛି । କୋଣାର୍କରେ ସର୍ବାଧିକ ୧୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଅସ୍ତରଙ୍ଗରେ ୫୪, ବ୍ରହ୍ମଗିରିରେ ୩୧, ଡେଲାଙ୍ଗ ୬୯, ଗୋପ ୭୪, କାକଟପୁରରେ ୪୯, କଣାସରେ ୬୩, କୃଷ୍ଣପ୍ରସାଦରେ ୫୭, ନିମାପଡ଼ା ୭୫, ପିପିଲି ୧୦୫, ପୁରୀରେ ୪୫, ସତ୍ୟବାଦୀରେ ୭୨ ଓ କୋଣାର୍କ ଏନଏସିରେ ୧୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପୁରୀ ସହରର ବଡ଼ଦାଣ୍ଡ, ଭିଆଇପି ରୋଡ, ସୁବାସ ବୋଷ ଛକ ଇତ୍ୟାଦି ସ୍ଥାନରେ ରୋଡ ଉପରେ ମଧ୍ୟ ପାଣି ଜମିଥିବାବେଳେ ଯାତାୟାତ କରୁଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Post a Comment (0)
Previous Post Next Post