ରାଜ୍ୟରେ ଜାରି ରହିଛି ବର୍ଷା, ଆସନ୍ତାକାଲି ଠୁ କମିବ

 ଭୁବନେଶ୍ୱର: ସକ୍ରିୟ ରହିଥିବା ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। କେତେବେଳେ ମୁଷଳ ଧାରାରେ ବର୍ଷୁଛି ତ ଆଉ କେତେବେଳେ ତୁହାକୁ ତୁହା ବର୍ଷୁଛି। ପ୍ରବଳ ବର୍ଷାରେ ବେହାଲ ହେଲାଣି ଟୁଇନ ସିଟି। ଆସନ୍ତା ୨୪ ଘଣ୍ଟା ପାଇଁ କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,ବରଗଡ଼ ଜିଳ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ର ସମ୍ଭାବନା ଥିବାରୁ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ପାଇଁ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆସନ୍ତାକାଲି ଠୁ କମିବ ବର୍ଷା । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୧୦୮୬.୪ମିମି  ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୪ ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ୧୧୩୫.୧ମିମି ବର୍ଷା ସ୍ୱାଭାବିକ ରହିବା କଥା। ବର୍ତ୍ତମାନ ସୁଦ୍ଧା ଦୁଇଟି ଜିଲ୍ଲାରେ ସ୍ୱାଭାବିକ ଠାରୁ  ଅଧିକ ବର୍ଷା ହୋଇଥିବା  ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୪ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post