ହଠାତ୍‌ କାହିଁକି ବଦଳିଲେ ଏତେ ମାତ୍ରାରେ IPS ?

 NEWS HIGHLIGHTS

  • ପାର୍ବଣ ପୂର୍ବରୁ ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ
  • ବଦଳିଲେ ଟ୍ଵିନସିଟି କମିଶନର
  • ଜେଲଠୁ ଗୁଇନ୍ଦା, ସବୁ ଅଧିକାରୀ ବଦଳିଲେ

ଅର୍ଗସ ବ୍ୟୁରୋ : IPS ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ପାର୍ବଣ ପୂର୍ବରୁ ଟ୍ଵିନସିଟି କମିଶନର ସହ ଭୁବନେଶ୍ଵର ଡିସିପିଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ପାଖାପାଖି ୨୨ ଏସ୍ପିଙ୍କ ବଦଳି ହୋଇଥିବାରୁ ଚର୍ଚ୍ଚା ଜୋର ।


 ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ସହ BPSPA ନିର୍ଦ୍ଦେଶକ ଦାୟିତ୍ଵ । ତାଙ୍କ ସ୍ଥାନରେ ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱରର ନୂଆ କମିଶନର । ଅରୁଣ କୁମାର ରାୟଙ୍କୁ ମିଳିଛି ଜେଲ୍ ବିଭାଗ ଡିଜି । ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ADGP ଆଧୁନିକୀକରଣ ଦାୟିତ୍ୱ ଦିଆଯାଇଥିବା ବେଳେ ଆର୍.ପି କୋଚେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ଵ ପାଇଛନ୍ତି ।  କ୍ରାଇମବ୍ରାଂଚ୍ ଏଡିଜି ଅରୁଣ ବୋଥ୍ରାଙ୍କୁ ରେଲୱେ ଏବଂ କୋଷ୍ଟାଲ ସିକ୍ୟୁରିଟି ଏଡିଜିପି ଦାୟିତ୍ଵ ମିଳିଛି । ବୋଥ୍ରାଙ୍କ ସ୍ଥାନରେ ବିନୟ ତୋଷ ମିଶ୍ର ହେଲେ କ୍ରାଇମବ୍ରାଞ୍ଚ ଏଡିଜି ।

ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କର ବି ବଦଳି ହୋଇଛି । SCRB ଓ SFSL ନିର୍ଦ୍ଦେଶକର ଦାୟିତ୍ୱ ମିଳିଛି । ଗୃହ ବିଭାଗ OSD ଏସ୍.ଏମ୍ ନରୱାଣେ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି । ସେହିପରି ରାଧାକିଷନ୍ ଶର୍ମାଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ମିଳିଛି । 
କେଉଁ ଏସ୍‌ପି ଗଲେ କୁଆଡ଼େ ?

ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି । ୨୨ ଏସ୍ପିଙ୍କ ବଦଳି ହୋଇଛି । ବାଲେଶ୍ଵର ଏସପିଙ୍କୁ ଖୋର୍ଦ୍ଧା ବଦଳି କରାଯାଇଛି । ନୟାଗଡ଼ର ଏସ୍‌ପି ହୋଇଛନ୍ତି  ଏସ୍‌ .ସୁଶ୍ରୀ । ଶ୍ରବଣ ବିବେକ ଏମ୍. ହୋଇଛନ୍ତି ବ୍ରହ୍ମପୁର ଏସ୍.ପି । ସେହିପରି ଭିନୀତ ଅଗ୍ରୱାଲ ପୁରୀ, ଅନୁପମା ଜେମ୍ସ ଭିଜିଲାନ୍ସ SP। ରାହୁଲ ପିଆର ଭିଜିଲାନ୍ସ SP।  ଏଲ୍ ଦିବ୍ୟା ଭିଜିଲାନ୍ସ SP , ରାହୁଲ ଜୈନ ଅନୁଗୁଳ ଏସ୍. ପି । ବରୁଣ ଗୁଣ୍ଟୁପାଲ୍ଲୀ ମୟୂରଭଞ୍ଜ ଏସ୍.ପି। ସ୍ଵାତୀ ଏସ୍  କୁମାର ରାୟଗଡ଼ା ଏସ୍.ପିର ଦାୟିତ୍ଵ ତୁଲାଇବେ । ସେହିପରି ନିତେଶ ୱାଦ୍ଧୱାନୀ ରାଉରକେଲା ଏସ୍.ପି, ଅନୀଲ କୁମାର ମିଶ୍ର ଦେବଗଡ଼ ଏସ୍.ପି, ମଡକର ସନ୍ଦୀପ ସମ୍ପଦ ଭଦ୍ରକ ଏସ୍.ପି, ଯତୀନ୍ଦ୍ର ପଣ୍ଡା ଗଜପତି ଏସ୍, ପି, ମିହିର ପଣ୍ଡା ନବରଙ୍ଗପୁର ଏସ୍.ପି ଓ ଭବାନୀ ଶଙ୍କର ଉଦଗାତା ଜଗତସିଂହପୁର ଏସ୍.ପି । ରାମପ୍ରସାଦ ସାହୁ ସୋନପୁର ଏସ୍.ପି । ହରିଶ ବି.ସି. କନ୍ଧମାଳ ଏସ୍.ପି । ଯଶପ୍ରତାପ ଶ୍ରୀମଲ ଯାଜପୁର ଏସ୍.ପି। ରୋହିତ ବର୍ମା କୋରାପୁଟ ଏସ୍.ପି, ଅଭିନବ ସୋନକାର ଢେଙ୍କାନାଳ ଏସ୍.ପି । ଶୁଭେନ୍ଦୁ ପାତ୍ର ଗଞ୍ଜାମ ଏସ୍.ପି , ନାଗରାଜ ଦେବରକୋଣ୍ଡା ବୌଦ୍ଧ ଏସ୍, ପି ଓ ରାଜ ପ୍ରସାଦ ବାଲେଶ୍ଵର ଏସ୍.ପି ହୋଇଛନ୍ତି ।

ମୋଟ୍‌ ଉପରେ ଦୁଇଦିନ ତଳେ ରାଜ୍ୟସ୍ତରୀୟ କଲେକ୍ଟର ଓ ଏସପିଙ୍କୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକରେ ମୋହନ କହିଥିଲେ, ରାତି ଅଧରେ ବି ଯେଉଁମାନେ ମାମଲା ରୁଜୁ କରୁଛନ୍ତି ସେମାନଙ୍କୁ ଗୁରୁତର ସହ ନେବାକୁ । ଏହାସହ ଚୋର ଯଦି ଡାଳେ ଡାଳେ ଯାଉଛି ତାହାଲେ ପୋଲିସ ପତରେ ପତରେ ଯାଉ ବୋଲି କହିଥିଲେ ମୋହନ । ଆଉ ଗତକାଲି ପାର୍ବଣ ପୂର୍ବରୁ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଥିବାରୁ ଚର୍ଚ୍ଚା ଜୋର ।

Post a Comment (0)
Previous Post Next Post