SPEED 10; ସଂକ୍ଷେପରେ ସକାଳର ଖବର...

know-todays-update-news
  • ଆଜି ପୁଣି ଖୋଲିବ ଭିତର ରତ୍ନଭଣ୍ଡାର...ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଆଜିଠୁ 3 ଦିନ ରତ୍ନଭଣ୍ଡାର ଖୋଲାଯାଇ ବୈଷୟିକ ସର୍ଭେ କରାଯିବ...ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ, ଗୁପ୍ତସୁଡଙ୍ଗ ରହସ୍ୟ ଖୋଜିବ ଜିପିଆର ସର୍ଭେ
  • ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ଆଦମୀ ପାର୍ଟୀର ନେତ୍ରୀ ଅତିଶୀ
  • ତିନି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି... ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ ପିଏମ ମୋଦି..ବିଶ୍ବର ମଙ୍ଗଳ ପାଇଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଉପରେ ହେବ ମାନସମନ୍ଥନ 
  • ମଣିପାଲ ଟାଇଗର୍ସକୁ ହରାଇଲା କୋଣାର୍କ ସୂର୍ଯ୍ୟାସ...ଲିଜେଣ୍ଡସ ଲିଗ୍ କ୍ରିକେଟରେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଦଳ ବିଜୟୀ 
  •  ରାତିରେ ଉତ୍ପାତ କରୁଛି ଦନ୍ତା...ବଣାଇ ଅଂଚଳରେ ଗୋଠ ଛଡା ଦନ୍ତା ହାତୀ ଦୀର୍ଘଦିନ ହେଲା ଚଳାଇଛି ଉତ୍ପାତ...
  • ଟ୍ରଲର ପଛକୁ ପିଟିଲା ବସ୍‌.. ଡ୍ରାଇଭର ସମେତ ୧୦ ଆହତ...ଏନ୍ଏଚ୍ ୧୬ ଭାଣପୁର ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ...'କୁନାଲ' ନାମକ ଘରୋଇ ବସ୍ ସୁନ୍ଦରଗଡ଼ରୁ ଭୁବନେଶ୍ବର ଆସୁଥିଲା...୧୦ ଆହତଙ୍କୁ SCB ମେଡିକାଲରେ ଭର୍ତ୍ତି
  • କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କର ଦ୍ଵିତୀୟ ଦିନର ଗସ୍ତ କାର୍ଯ୍ୟକ୍ରମ । କେନ୍ଦୁଝର ଷ୍ଟାଡିୟମ୍ ପଡିଆରେ ମର୍ଣ୍ଣିଂ ୱାର୍କ ସହ ଚାଏ ପେ' ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଲେ CM 
  • ଭୁବନେଶ୍ବର ଭରତପୁର ଘଟଣାରେ ସାମ୍ନାକୁ ଆସିଲା 14 ତାରିଖ ରାତିର ରୋଡ୍ ରୋମିଓଙ୍କ ହରକତର ଭିଡିଓ .... ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ଅଟକାଇ ଅସଦାଚରଣ କରିଥିଲେ କିଛି ଅସାମାଜିକ ଯୁବକ 
  • ଆକ୍ସନ୍ ମୋଡକୁ ଆସିଛନ୍ତି ରାଜ୍ୟ ସରକାର...ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ କହିଛନ୍ତି, ଅପରାଧୀଙ୍କୁ କୌଣସି ମତେ ଛଡ଼ାଯିବ ନାହିଁ, ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସରକାର ସଂକଳ୍ପବଦ୍ଧ... ଭରତପୁର ଥାନାରେ ପହଞ୍ଚି ତଦନ୍ତ କରିଛନ୍ତି ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା 
  • କାଳ ହେଲା ଦଶଦାହ ଭୋଜି ଭାତ...ଭୋଜି ଖାଇ ଝାଡାବାନ୍ତିରେ ୩ମୃତ, ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ...ଘଟଣା ଘଟିଛି ମୟୂରଭଞ୍ଜ ବଡସାହି ଥାନା ଅନ୍ତର୍ଗତ ଆଲବନ୍ଧ ଗାଁରେ
Post a Comment (0)
Previous Post Next Post