ମଧ୍ୟାହ୍ନ ଭୋଜନ ଗାଡି ନଆସିବାରୁ ଉପାସ ରହିଲେ ଛାତ୍ରଛାତ୍ରୀ

 ଭଦ୍ରକ : ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଗାଡି ନଆସିବାରୁ ଉପାସ ରହିଲେ ଛାତ୍ରଛାତ୍ରୀ । ଯାହାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ଦେଖା ଦେଇଥିଲା । ଅଭିଭାବକ, ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରରେ ଦୀର୍ଘ ସମୟ ଧରି ହୋହଲା କରିବା ସହିତ ଧାରଣାରେ ବସିରହିଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଥିଲା ବାସୁଦେବପୁର ପୌରପାଳିକା ର ମନ୍ଦାରି ହରିଜନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ।  ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଗାଡି ଆଜି ବିଦ୍ୟାଳୟକୁ ଆସିନଥିଲା । ଫଳରେ ସମସ୍ତ ଛାତ୍ରଛାତ୍ରୀ ଉପାସ ରହିଥିଲେ । ଖବର ପାଇ ଅଭିଭାବକ ମାନେ ପହଂଚିବା ପରେ ବିଦ୍ୟାଳୟରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେଇଥିଲା ।

ଅଧିକ ପଢନ୍ତୁ : ଖୋଲା ଆକାଶ ତଳେ ଚାଲିଛି ମଧ୍ୟାହ୍ନ ଭୋଜନ ରନ୍ଧା

ଛାତ୍ରଛାତ୍ରୀ ଉପାସରେ ରହିଥିବାବେଳେ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟକୁ ବନ୍ଦ କରି ପଳାଇ ଯାଇଥିଲେ । ଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଆଗରେ ଧାରଣାରେ ବସି ରହିଥିଲେ । ଖବର ପାଇ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଅଧିକାରୀ ଓ ସ୍ଥାନୀୟ ପୋଲିସ ପହଂଛି ବୁଝାସୁଝା କରିଥିଲେ । ଅନ୍ୟପଟରେ ତୁରନ୍ତ ଖାଦ୍ୟ ଯୋଗାଉଥିବା ସଂସ୍ଥାକୁ ବନ୍ଦ କରିବା ସହ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଅଭିଭାବକ ମାନେ । 

Post a Comment (0)
Previous Post Next Post