କାଲି ଠୁ ମା ସମଲେଶ୍ଵରୀଙ୍କ ଧବଳମୁଖି ବେଶ

 ସମ୍ବଲପୁର:  ଆସନ୍ତାକାଲି ପବିତ୍ର ମହାଳୟା ଓ ମା ସମଲେଶ୍ଵରୀ ଙ୍କ ଧବଳମୁଖି ବେଶ ଦର୍ଶନ  । ଏଥିପାଇଁ  ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତ ଙ୍କ ଶୃଙ୍ଖଲିତ ଦର୍ଶନ ପାଇଁ  ବିଭିନ୍ନ ପଦକ୍ଷେପ  ନିଆଯାଇଛି। ମା' ଙ୍କ ଧବଳମୁଖି ବେଶ ଦର୍ଶନ ପାଇଁ ସକାଳ ୫ ଟା ପୁର୍ଵରୁ ନିତିକାନ୍ତି ପରେ ଭକ୍ତ ଦର୍ଶନ କରିପାରିବେ । ପରେ ୧୧ ଟା ୪୫ ରୁ  ୧୨ ଟା ୩୦ ଯାଏ ମା ଙ୍କ ପାଖରେ ଅନ୍ନଭୋଗ ଲାଗିବା ନେଇ ଦର୍ଶନ ବନ୍ଦ ରହିବ ।  

ସଂଧ୍ୟା ୭.୪୫ ରୁ ୮ ଟା ୩୦ ଯାଏ ସଂଧ୍ୟା ଆଳତି ପାଇ ଦର୍ଶନ ବନ୍ଦ ରହିବ । ତେବେ ରାତି ୧୦ ଟା ୩୦ ଯାଏ ଦର୍ଶନ ହେବ ।  ତେବେ ଭକ୍ତ ଦର୍ଶନ ପାଇ ୪ ନମ୍ବର ଗେଟରେ ପ୍ରବେଶ କରିବେ । ପୁରଣା ଗେଟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ଏହା ସହ ଟିକଟ କାଟି ସ୍ବତନ୍ତ୍ର  ଦର୍ଶନ ବ୍ୟବସ୍ଥା ମଧ୍ୟ ରହିଛି । ଲମ୍ବା ସମୟ ଧରି ଛିଡା ହେଉଥିବାରୁ ଭକ୍ତପାଇ ସ୍ଵତନ୍ତ୍ର ବ୍ୟଵସ୍ଥା କରାଯାଇଥିବା ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post