ମହୁମାଛି ଆକ୍ରମଣରେ 20ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

 ଅର୍ଗସ ବ୍ୟୁରୋ: ମହୁମାଛି ଆକ୍ରମଣରେ 20ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଡେରାବିଶ ବ୍ଲକ ଅଧୀନ ଫକୀରାବାଦ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଚାଲୁଥିବା ସମୟରେ ନିକଟରେ ଥିବା ଗୋଟେ ମହୁମାଛି ବସାରୁ ଅସଂଖ୍ୟ ମହୁମାଛି ଉଡି ସ୍କୁଲ କ୍ୟାମ୍ପସରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ।


ମାଛିଙ୍କ ଆକ୍ରମଣରେ କୁନି କୁନି ଛାତ୍ରଛାତ୍ରୀ ମାନେ ଏଣେତେଣେ ଦୌଡ଼ାଦୌଡ଼ି  କରିଥିଲେ। ତେବେ ସ୍କୁଲର 20ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ମହୁମାଛି ଆକ୍ରମଣ କରିଥିବାରୁ ସମସ୍ତ ଛାତ୍ରଛାତ୍ରୀ ପ୍ରଥମେ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ଦୁଇ ଛାତ୍ରଙ୍କର ଅଧିକ କ୍ଷତି ହୋଇଥିବାରୁ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post