Highlights
ଦୁର୍ଗମରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା
କେଉଁଠି ଭିତ୍ତିଭୂମି ନାହିଁ ତ ଆଉ କେଉଁଠି ଶିକ୍ଷକ ନାହାନ୍ତି
ଯେଉଁଠି ଶିକ୍ଷକ ଅଛନ୍ତି ସେ ବି ନିୟମିତ ଆସୁନାହାନ୍ତି
ଅଧାରୁ ଅଧିକ ଦିନ ପାଚିକା ଚଲାଉଛନ୍ତି ସ୍କୁଲ
ଅର୍ଗସ ବ୍ୟୁରୋ: ଅନୁଗୁଳ ଜିଲ୍ଲା ପାଳଲହଡ଼ାର ଉପାନ୍ତ ଅଞ୍ଚଳ କୁହାଯାଉଥିବା ନଗିରା ପଞ୍ଚାୟତ । ପଞ୍ଚାୟତରେ ୧୧ଟି ଗାଁ ରହିଥିବା ବେଳେ ୬ରୁ ଅଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ଏ ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର ଆପଣଙ୍କ ସାମ୍ନାରେ । ନଗିରା ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ରହିଥିବା ବେଳେ, ଶ୍ରେଣୀଗୃହ ଅଭାବରୁ ଭଙ୍ଗା ଦଦରା ଘରେ ପିଲା ପଢୁଛନ୍ତି । ବର୍ଷା ହେଲେ ଛାତରୁ ପାଣି ଗଳୁଥିବା ବେଳେ, ଚାରିଆଡ଼େ କାନ୍ଥ ଫାଟି ଆଁ କରିଛି । ଆଜବେଷ୍ଟସ ଭାଙ୍ଗି ଯାଇଛି ।
ସେହିଭଳି ବାଲିବାହାଳ, ତନଗୁଳା, କଦାମିନୀପୁର ଓ ସିବିଡା ସ୍କୁଲରେ ବି ଅବ୍ୟବସ୍ଥା । ଶିକ୍ଷକ ଅଛନ୍ତି, ଆବଶ୍ୟକ ଭିତ୍ତିଭୂମି ମଧ୍ୟ୍ୟ ରହିଛି । କିନ୍ତୁ ନିୟମିତ ଭାବେ ଶିକ୍ଷକ ଆସୁ ନାହାନ୍ତି । ଫଳରେ ଶିକ୍ଷାଦାନରେ ବାଧା ଉପୁଜିଛି । ନିତିଦିନ ଶିକ୍ଷକ ଦିନ 11ଟାରେ ଆସୁଛନ୍ତି । ଆଉ ମଧ୍ୟାହ୍ନ ଭୋଜନ ନ ସରୁଣୁ ପାଚିକାଙ୍କ ହାତରେ ସ୍କୁଲ ଓ ଛାତ୍ରଛାତ୍ରୀଙ୍କୁ ଟେକି ଦେଇ ଚାଲି ଯାଉଛନ୍ତି । ଏଭଳି ସ୍ଥିତିରେ କେମିତି ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା ତାହା ସବୁଠୁ ବଡ଼ ଚିନ୍ତା ସାଜିଛି । ଏନେଇ ପାଳଲହଡା ବିଧାୟକ କହିଛନ୍ତି, ଏ ବାବଦରେ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: