ଅର୍ଗସ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଆମେ ଛାତ୍ର ସଂସଦ ନିର୍ବାଚନ କରିବୁ କହିଲେ ମୁଖ୍ୟମନ୍ତ୍ରୀ । କଟକରେ ABVP ଛାତ୍ର ସଂଗଠନର ବାର୍ଷିକ ଅଧିବେଶନରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବ ସରକାର ଛାତ୍ର ନେତୃତ୍ଵକୁ ଡରି ନିର୍ବାଚନ କରୁନଥିଲେ । ପୂର୍ବ ସରକାର ହୀନ ଚକ୍ରାନ୍ତ କରି ଏହି ନିର୍ବାଚନକୁ ବନ୍ଦ କରିଥିଲେ । ଏଣିକି ଛାତ୍ର ସଂସଦ ନିର୍ବାଚନ ଆଉ ବନ୍ଦ ହେବନି କହିଛନ୍ତି ମୁଖ୍ୟମନ୍ତ୍ରୀ । ଛାତ୍ର ସଂଗଠନ ABVPର 49ତମ ରାଜ୍ୟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଏପରି ଘୋଷଣା କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ୨୦୩୬ ସୁଦ୍ଧା ଗଠନ ହେବ ସମୃଦ୍ଧ ବିକଶିତ ଓଡ଼ିଶା । ଆମ ସରକାର ସମୃଦ୍ଧ ବିକଶିତ ଓଡ଼ିଶା ପାଇଁ ପ୍ରତିଶ୍ରୁତିବଦ୍ଧ। ନୂଆ ସରକାର ନେତୃତ୍ବରେ ଓଡ଼ିଶାରେ ବିକାଶ ଧାରା ଆରମ୍ଭ ହୋଇଛି । ଏହା ସହ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଦେଶର ପ୍ରଥମ ୫ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶା ରହିବ ସେଥିପାଇଁ ଆମେ ମଧ୍ୟ ପ୍ରତିଶ୍ରୁତିବଦ୍ଧ । କଟକରେ ବିକଶିତ ଓଡ଼ିଶା ପାଇଁ ଛାତ୍ରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ । ତେବେ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।