ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହେବେ ୨୭ ଜଣ ପ୍ରବାସୀ ଭାରତୀୟ

 Highlights

ରାଜ୍ୟ ବିକାଶରେ ଉତପ୍ରେରକ ଭୂମିକା ନେବ ପ୍ରବାସୀ ଭାରତୀୟ ଦିବସ
ପ୍ରବାସୀଙ୍କ ଅଭିଜ୍ଞତା ଓ ସହଭାଗୀତାରେ ଓଡ଼ିଶାକୁ ଲାଭ ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ
୯ ତାରିଖରେ ସମ୍ମିଳନୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଯୋଗ ଦେବେ ୭ ହଜାର ରୁ ଅଧିକ ପ୍ରବାସୀ ଭାରତୀୟ
୧୦ ତାରିଖରେ ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହେବେ ୨୭ ଜଣ ପ୍ରବାସୀ ଭାରତୀୟ
ପ୍ରବାସୀ ଭାରତୀୟ ଦିବସକୁ ଓଡିଆଙ୍କ ପାଇଁ ସଂକଳ୍ପର ଦିବସ ବୋଲି ଆଲେଖ୍ୟରେ ଲେଖିଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଓଡି଼ଶା ମାଟିକୁ ଛୁଟିବେ ପ୍ରବାସୀ ଭାରତୀୟ । ଜନତା ମଇଦାନରେ ପାଳିତ ହେବ ଅଷ୍ଟଦଶ ପ୍ରବାସୀ ଭାରତୀୟ ସଂସ୍କରଣ । ଚାଲିଛି ଜୋରଦାର ପ୍ରସ୍ତୁତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମତେ ଅନ୍ୟଦେଶର ଅତିଥି ଏହି ସମ୍ମିଳନୀରେ ଯୋଗଦେବେ । ବିଭିନ୍ନ ଦେଶରୁ ଆସୁଥିବା ପ୍ରତିନିଧିଙ୍କ ପାଇଁ ମୁଖ୍ୟ ଆକର୍ଶଣ ହେବ ଓଡି଼ଶା ଥିମ୍ ପ୍ୟାଭିଲିୟନ । ଓଡି଼ଶାର ଐତିହ୍ୟ, ପରମ୍ପରା, ସଂସ୍କୃତି, ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଶିଳ୍ପ ବିକାଶ ପ୍ରଦର୍ଶିତ ହେବ ଏହି ପ୍ୟାଭିଲିୟନରେ । ଯେଉଁ ପ୍ୟାଭିଲିୟନ ହିଁ ପାଲଟିବ ଓଡି଼ଆ ସଂସ୍କୃତି ତଥା ଓଡ଼ିଆ ଅସ୍ମିତାର ବାର୍ତାବହକ । ୪୦୦ ବର୍ଗମିଟର ପରିବ୍ୟାପ୍ତ ଅଞ୍ଚଳରେ ନିର୍ମିତ ପ୍ୟାଭିଲିୟନର ନାମ ରହିଛି ଗ୍ଲୋରିୟସ ଓଡି଼ଶା । ଶ୍ରୀଜଗନ୍ନାଥ ସଂସ୍କୃତି, କଳିଙ୍ଗ ଯୁଦ୍ଧ, ସମ୍ରାଟ ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତ୍ତନ, ଐତିହ୍ୟ ସଂମ୍ପର୍ଣ୍ଣ ବାଲିଯାତ୍ରା, ଓ ଅନ୍ୟାନ୍ୟ କୀର୍ତ୍ତିରାଜୀ ପ୍ରର୍ଦଶିତ କରାଯିବ । ତାହା ସହ ଭିଡିଓ ଜରିଆରେ ବି ଓଡି଼ଶାର ଗାଥା ସବୁକୁ ମଧ୍ୟ ଆସୁଥିବା ପ୍ରବାସୀ ମାନଙ୍କ ନିକଟରେ ଉପସ୍ଥାପନ କରାଯିବ । ତେବେ ଏହାକୁ ନେଇ ଆଲେଖ୍ୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରବାସୀ ଭାରତୀୟ ଦିବସ ଆୟୋଜନର ସୁଯୋଗ ଭିତରେ ମୁଁ ଓଡ଼ିଶାର ଭାଗ୍ୟ ପରିବର୍ତ୍ତନର ସମ୍ଭାବନା ଦେଖୁଛି । ସେହିପରି ସମସ୍ତ ଓଡ଼ିଆଙ୍କୁ ନିବେଦନ କରି ଲେଖିଛନ୍ତି ଓଡ଼ିଶାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ । ଦେଶ ଓ ରାଜ୍ୟକୁ ବିକାଶର ଶୀର୍ଷକୁ ନେବା ପାଇଁ ଦୃଢ ସଂକଳ୍ପ ନିଅନ୍ତୁ | ଏ ଜାତିର ଇତିହାସ, କଳା, ସଂସ୍କୃତି ଓ ସାମାଜିକ ବିକାଶର ଭଗୀରଥ ହୋଇ ରାଜ୍ୟକୁ ଉନ୍ନତିର ପଥରେ ଆଗେଇ ନିଅନ୍ତୁ ।

ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଓଡ଼ିଶା ଆସିବା ପାଇଁ ଭରି ରହିଛି ଉତ୍ସାହ । ପାଖାପାଖି ୩ ହଜାର ପ୍ରବାସୀ ବର୍ତ୍ତମାନ ସୁଦ୍ଧା ଆସିବା ପାଇଁ ନିଜକୁ ପ୍ରସ୍ତୁତ କରିସାରିଲେଣି । ଯେଉଁମାନେ ଆସିବେ ସେମାନଙ୍କୁ ପୁରୀ, କଟକ, ଭୁବନେଶ୍ୱର ଓ ଯାଜପୁରକୁ ନେଇ ପରିଭ୍ରମଣ କରାଇବା ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ଯୋଜନା । କାନ୍ଥଠୁ ନେଇ ଗଛ ପତ୍ରକୁ ସବୁ ସାଧବ ବୋହୁ ପରି ସଜାଯାଇଛି । ଓଡି଼ଶାର ଖାଦ୍ୟ ପଦାର୍ଥ ସହ ଓଡି଼ଆଙ୍କ ସହ ରହି ଚାଲିଚଳନ ଉପଭୋଗ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆପଣାଇଛନ୍ତି ସରକାର । କେମିତି କାର୍ଯ୍ୟକ୍ରମକୁ ସଫଳ କରି ରାଜ୍ୟ ତାର ଟେକ ବଜାଇ ରଖିବ ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ରାଜ୍ୟ ସରକାର । କେବଳ ସରକାର ନୁହଁନ୍ତି ବିରୋଧୀ ବି କାର୍ଯ୍ୟକ୍ରମକୁ ନେଇ ବେଶ ଖୁସି ଅଛନ୍ତି ।

ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ହେବାକୁ ଯାଉଥିବାରୁ ସରକାରୀ ସ୍ତରରେ ଚାଲିଛି ଜୋରଦାର ପ୍ରସ୍ତୁତି । ଅତିଥିଙ୍କ ଅପେକ୍ଷାରେ ସଜେଇ ହୋଇ ରହିଛି ଓଡିଶା ଓ ଓଡ଼ିଆଙ୍କ କଳା ସଂସ୍କୁତି । ଡବଲ ଡେକର ବସ ସାଙ୍ଗକୁ ସଜେଇ ହୋଇ ଅପେକ୍ଷାରେ ରହିଛି ପାଖାପଖି ସାତ ହଜାରରୁ ଅଧିକ ଘର । ଓଡିଶାର ସାହିତ୍ୟ, କଳା ସଂସ୍କୃତି, ଶିଳ୍ପ, ନଦ ନଦୀ ଠୁ ନେଇ ସମୁଦ୍ର ତଟ, ପର୍ଯ୍ୟଟନ କ୍ଷେତ୍ର ଆଉ ଆମ ମଉଡ଼ମଣି ଙ୍କୁ ଦର୍ଶନ କରିବା ସହ ଓଡ଼ିଶା ବିକାଶରେ ସହଭାଗୀ ହେବାକୁ ଏହି ସମ୍ମିଳନୀ ପ୍ରତ୍ୟେକ ପ୍ରବାସୀଙ୍କୁ ଦେବ ସୁଯୋଗ ।


ଅଧିକ ପଢ଼ନ୍ତୁ ଦେଶ ଖବର:

Post a Comment (0)
Previous Post Next Post