ଅର୍ଗସ ବ୍ୟୁରୋ: ସ୍ବାମୀ ସାଜିଲା ସଇତାନ । ହାଇଦ୍ରାବାଦରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ବୀଭତ୍ସ ହତ୍ୟା କରିବା ପରେ ପ୍ରେସର କୁକରରେ ସିଝାଇଥିବା ସଂଗୀନ ଅଭିଯୋଗ ଆସିଛି । ହାଇଦ୍ରବାଦର ୪୫ବର୍ଷ ବୟସ୍କ ଗୁରୁମୂର୍ତ୍ତିଙ୍କ ସ୍ତ୍ରୀ ଭି. ମାଧବୀ ନୁଆରୀ ୧୬ ତାରିଖରୁ ମାଧବୀ ନିଖୋଜ ଥିବା ତାଙ୍କ ପରିବାର ଲୋକେ ପ୍ରଥମେ ଥାନାରେ ଅଭିଯୋଗ କରିଥିଲେ । ବହୁ ଖୋଜା ଖୋଜି ପରେ ବି ମାଧବୀଙ୍କ ପତ୍ତା ନମିଳିବାରୁ ସ୍ବାମୀ ଗୁରୁଙ୍କୁ ନେଇ ଜେରା କରିଥିଲା ହାଇଦ୍ରାବାଦ ପୋଲିସ । ଆଉ ପୋଲିସ ଜେରାବେଳେ ସେ ନିଜ ଦୋଷ ସ୍ବୀକାର କରିଛନ୍ତି ।
ପୋଲିସରେ ପଚରାଉଚରା ପରେ ସେ ନିଜେ ହିଁ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସ୍ବୀକାର କରିଥିଲା । ସ୍ତ୍ରୀଙ୍କୁ ବାଥରୁମରେ ହତ୍ୟା ପରେ ପ୍ରେସର କୁକରରେ ସିଝାଇଥିଲା । ଏତିକିରେ ନୃଶଂସ ସ୍ବାମୀର ବର୍ବରତା କମି ନଥିଲା । ଏହାପରେ ମୃତଦେହରୁ ହାଡକୁ ଅଲଗା କରି ପୁଣି ସିଝାଇଥିଲା ଅଭିଯୁକ୍ତ ସ୍ବାମୀ । ତିନି ଦିନ ଧରି ମୃତଦେହ ସହ ଏଭଳି ପାଶବିକ ଆଚରଣ କରିଥିଲା। ଏହାପରେ ମୃତଦେହକୁ ମିରପେଟ୍ ହ୍ରଦରେ ଫୋପାଡି ଦେଇଥିଲା ।