ଅର୍ଗସ ବ୍ୟୁରୋ: ହଟିଛି ଲାଲ୍ ଆତଙ୍କ । ଆଉ ନାହିଁ ଭୟ । ନିର୍ଡରରେ ମାଓ ଇଲାକାରେ ଉଡିଲା ଫର ଫର ତ୍ରିରଙ୍ଗା । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଧୁମଧାମର ସହ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଇଏ ହେଉଛି ଦୁର୍ଗମ ଇଲାକା ବଣ୍ଡାଘାଟିର ଚିତ୍ର । ଦିନେ ଯେଉଁଠି ନକ୍ସଲଙ୍କ ଦବଦବା ଥିଲା, ଆଜି ସେଇଠି ବିନା ଭୟରେ ଲୋକେ ବଞ୍ଚୁଛନ୍ତି ଜୀବନ। ଗଣତନ୍ତ୍ରର ଏହି ମହାନ୍ ପର୍ବରେ ସାମିଲ୍ ହୋଇଥିଲେ କୁନି କୁନି ପିଲା । ହାତରେ ଝଣ୍ଡା ଧରି ଦେଶ ଭକ୍ତି ସଙ୍ଗୀତ ଗାନ କରି ଦେଶ ମାତୃକା ପ୍ରତି ନିଜ ଭଲପାଇବା ଦେଖାଇଛନ୍ତି ।
ସେହିପରି ନୂଆପଡ଼ାର ସୀମାନ୍ତ ମାଓ ଇଲାକାରେ 76ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ବୋଡେନ ବ୍ଲକ ଭଇସାଦାନୀରେ ମାଓ ଭୟ ହଟିଛି, ଶାନ୍ତି ଫେରିଛି । ଏଠାକାର ବିଭିନ୍ନ ଗାଁ ଏବଂ ସରକାରୀ ସ୍କୁଲ ମାନଙ୍କରେ ଆନନ୍ଦର ସହ ପାଳନ ହୋଇଛି ଜାନୁଆରୀ 26 । କୋରାପୁଟ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ବି ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ପୋଲିସ ପ୍ୟାରେଡ ପଡିଆରେ ଗଣତନ୍ତ୍ର ଦିବସ ମହାସମାରୋହରେ ସାମିଲ୍ ହୋଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।.ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ କୋଟପାଡ଼ ସହର, ନନ୍ଦପୁରରେ ନିଆରା ଢଙ୍ଗରେ ଗଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ବନ୍ଧୁଗାଁ ବ୍ଲକ କୁମ୍ଭାଗଡା ଗାଁରେ କୁନି କୁନି ପିଲା ମାନେ ସ୍କୁଲରେ ଜାତୀୟ ପତାକା ଉତ୍ତୋଳନରେ ଭାଗ ନେଇ ଜାତୀୟ ସଂଗୀତ ଗାନ କରିଥିଲେ ।
ଦିନ ଥିଲା ମାଓବାଦୀ ନିଜ ଦବଦବା ଜମାଇ ଲୋକଙ୍କୁ ଡରାଇ ଧମକାଇ ବିକାଶ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲେ । ବିଗତ 10 ବର୍ଷରେ କେନ୍ଦ୍ର ସରକାରଙ୍କ ବଡ଼ ଅପରେସନ୍ ଓ ଲୋକାଭିମୁଖୀ ଯୋଜନା ପାଇଁ କମିଛି ଲାଲବାହିନୀଙ୍କ ପତିଆରା। ଲାଲଗଡ଼ରେ ଫେରିଛି ଶାନ୍ତି, ଆଉ ଉଡୁଛି ନିର୍ଭୟର ତ୍ରୀରଙ୍ଗା ପତାକା ।