ଅର୍ଗସ ବ୍ୟୁରୋ: ବାଦୁଡି ପକ୍ଷୀ। ଏ ପକ୍ଷୀର ନାଁ ତ ନିଶ୍ଚିତ ଶୁଣିଥିବେ। ହେଲେ ଆପଣ ଜାଣିଛନ୍ତି କି ଏହି ବାଦୁଡି ବିଷୟରେ କିଛି ଅଜଣା କଥା। କୁହାଯାଏ କି ଏହି ବାଦୁଡି ପକ୍ଷୀ ପାଖରେ ରହିଛି କିଛି ଏଭଳି ଗୁଣ ଯାହା ଅନ୍ୟ କାହା ପାଖରେ ହୁଏ ତ ନଥିବ। ବାଦୁଡି ପକ୍ଷୀ ସାଧାରଣତଃ ଲମ୍ବା ଦୂରତାର ଉଡ଼ାଣ ପାଇଁ ପରିଚିତ ।ସେମାନଙ୍କ ଗତିବିଧି ଓ ପାରିପାର୍ଶ୍ବିକ ସ୍ଥିତିକୁ ଯାଞ୍ଚ୍ କରିବା ଲାଗି ଅତି ହାଲୁକା ସେନ୍ସର ପ୍ରୟୋଗ କରିଥିଲେ । ଗବେଷକମାନେ ୭୧ଟି ନକ୍ଟୁଲ ବାଦୁଡ଼ିଙ୍କୁ ସେମାନଙ୍କର ବସନ୍ତ ପ୍ରବାସ ସମୟରେ ଅଧ୍ୟୟନ କରିଥିଲେ ।
ଏହି ସେନ୍ସରଗୁଡ଼ିକୁ ବାଦୁଡ଼ିଙ୍କ ଶରୀରରେ ସଂଲଗ୍ନ କରାଯାଇଥିଲା । ଅଧ୍ୟୟନରୁ ଜଣାପଡ଼ିଲା, ନକ୍ଟୁଲ ବାଦୁଡ଼ି ଗୋଟିଏ ରାତିରେ ପ୍ରାୟ ୪୦୦ କିମି ପ୍ରବାସ ଯାତ୍ରା କରିପାରନ୍ତି ।ସଦ୍ୟ ଅଧ୍ୟୟନ ଏହି ପ୍ରଜାତିଙ୍କ ଯାତ୍ରା ଦୂରତାର ପୂର୍ବ ରେକର୍ଡ ଭାଙ୍ଗିଛି । ଏହି ବାଦୁଡ଼ି ଗୋଟିଏ ପ୍ରବାସ ସ୍ଥଳୀକୁ ଯାଉନଥିବା ମଧ୍ୟ ଅଧ୍ୟୟନକର୍ତ୍ତା ଜାଣିପାରିଲେ । ସେମାନେ ସାଧାରଣତଃ ଉତ୍ତରପୂର୍ବ ଦିଗକୁ ଯାତ୍ରା କରି ଉକ୍ତ ଭୂଖଣ୍ଡର ବିଭିନ୍ନ ସ୍ଥାନକୁ ପ୍ରବାସରେ ଯାଇଥିଲେ । ବାଦୁଡ଼ିମାନେ ପ୍ରାୟତଃ ରାତିରେ ପବନର ଧୀମା ବେଗ ଓ ତାପମାତ୍ରା ବୃଦ୍ଧି ହେଉଥିବା ସମୟରେ ପ୍ରବାସ କରିଥିଲେ ।
ଏହି ସ୍ଥିତି ଝଡ଼ର ଆସନ୍ନ ସ୍ଥିତିକୁ ଦର୍ଶାଏ । ଏହି ଉଷ୍ଣ ବାୟୁ ପ୍ରବାହରେ ବାଦୁଡ଼ି ନିଜର ଶକ୍ତି ସଞ୍ଚୟ କରିପାରନ୍ତି ଏବଂ ଆଗକୁ ଉଡ଼ିପାରନ୍ତି । ବେଗ ବଢ଼ାଇବା ପାଇଁ ଝଡ଼ର ସାହାରା ନିଅନ୍ତି ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: