ଉପାନ୍ତରେ ବଢୁଛି ହାତୀ ଉପଦ୍ରବ

 Highlights

ହାତୀ ବଢ଼ାଉଛି ଚିନ୍ତା
ଉପାନ୍ତରେ ବଢୁଛି ହାତୀ ଉପଦ୍ରବ
ଘର ଭାଙ୍ଗିବା ସହ ନଷ୍ଟ କରୁଛନ୍ତି ଫସଲ
ନିରବଦ୍ରଷ୍ଟା ବନ ବିଭାଗ !

ଅର୍ଗସ ବ୍ୟୁରୋ:  ଅମାନିଆ ଗଜରାଜ...ଖାଦ୍ୟ ସଂଗ୍ରହ ପାଇଁ ହେଉଛନ୍ତି ଜନବସତି ମୁହାଁ। ବିଲରେ ପସି କରୁଛନ୍ତି ଫସଲ ନଷ୍ଟ। କେତେବେଳେ ଘର ଭାଙ୍ଗୁଛନ୍ତି ତ କେତେବେଳେ ବିଲରେ ପସି କରୁଛନ୍ତି ଫସଲ ନଷ୍ଟ। ଏଇ ଦେଖୁ ନାହାନ୍ତି । ଖେତରେ ହାତୀ ପସିବା ପରେ ଅବସ୍ଥା। ଉଜୁଡି ଯାଇଛି ଆଖୁ ଫସଲ। ଫଳନ୍ତି ଗଛକୁ ଉପାଡି ଫିଙ୍ଗିଛନ୍ତି ହାତୀ ପଲ । ପରିବା ବିଲରେ ବି ହାତୀ ପସି ଛାରଖାର କରି ଦେଇଛନ୍ତି। ସ୍ଥାନେ ସ୍ଥଆେନ ହାତୀ ପାଦ ପଡି ଦବି ଯାଇଛି ମାଟି। ଏବେ ନିଜ ଉଜୁଡି ଫସଲକୁ ଦେଖି ଲୁହ ଗଡାଉଛନ୍ତି ଚାଷୀ।

ଵିଲ ଭିତରେ ଏଣେତେଣେ ପଡ଼ିଥିବା ଅମଳ ଧାନକୁ କିଏ ଗୋଟାଉଛି ତ ଆଉ କିଏ ମାଟିରେ ମିଶି ଯାଇଥିବା ପରିବା ଚାଷକୁ ଦେଖି ଆଖିରୁ ଲୁହ ଗଡା଼ଉଛି। ବର୍ଷ ତମାମର ପରିଶ୍ରମ ମାଟିରେ ମିଶିଯାଇଛି। ମୟୁରଭଞ୍ଜ ଗୋପବନ୍ଧୁନଗର ବ୍ଲକ ରାଣୀବନ୍ଧରେ ଚାଷୀଙ୍କ ଭିତରେ ଖେଳି ଯାଇଛି ହାତୀ ଆତଙ୍କ। ଚଳିତ ବର୍ଷ ଧାନ ଚାଷ କରିବା ଦିନ ଠାରୁ ପ୍ରକୃତି ଦାଉ ସାଜିଥିଲା। ଏବେ ପରିବା ଚାଷ ଉପରେ ଚାଷୀ ଭରସା କରିଥିବା ବେଳେ କିଛି ଦିନ ହେବ ହାତୀପଲ ଏଇ ଫସଲବି ଉଜାଡି ଦେଇଛନ୍ତି। ଏବେ ଗରିବ ଚାଷୀ କେମିତି ପରିବାର ଚଳାଇବ ସେଇ ଚିନ୍ତାରେ ଘାରି ହେଉଛି। ହାତୀ ପଲଙ୍କୁ ଘଉଡାଇବା ଗ୍ରାମବାସୀ ବିଫଳ। ସେପଟେ ବନ ବିଭାଗ ସାଜିଛି ନିରବ ଦ୍ରଷ୍ଟା। ଏମିତିରେ ଗରିବ ଚାଷୀ ତାର ଭାଗ୍ୟକୁ ଆଦରି ଖଆଲି ଆଖିରୁ ଲୁହ ଗଡାଉଛି।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post