ଆୟକର ପଞ୍ଝାରେ ହଂସିତାଙ୍କ ପ୍ରକୃତ ସ୍ବାମୀ

 Highlights

ଆୟକର ପଞ୍ଝାରେ ହଂସିତାଙ୍କ ପ୍ରକୃତ ସ୍ବାମୀ । ଖଣ୍ଡଗିରି ନିକଟରୁ ହଂସିତାଙ୍କ ପ୍ରଥମ ସ୍ବାମୀଙ୍କୁ ଧରିଲା ଆୟକର ବିଭାଗ ।

ଭୁବନେଶ୍ୱର: ଆୟକର ପଞ୍ଝାରେ ହଂସିତାଙ୍କ ପ୍ରକୃତ ସ୍ବାମୀ । ଖଣ୍ଡଗିରି ନିକଟରୁ ହଂସିତାଙ୍କ ପ୍ରଥମ ସ୍ବାମୀଙ୍କୁ ଧରିଲା ଆୟକର ବିଭାଗ । ହଂସିତାଙ୍କ ପ୍ରଥମ ସ୍ବାମୀ ଶରୋଜ ସାହୁ । ହଂସିତା ଗିରଫ ଖବର ପରେ ଭୁବନେଶ୍ବରରେ ପହଞ୍ଚିଥିଲେ ଶରୋଜ । ହଂସିତାଙ୍କୁ ଜେଲରେ ମଧ୍ୟ ଭେଟିଥିଲେ ଶରୋଜ । ଶରୋଜ ଗଞ୍ଜାମର ଜଣେ ବ୍ୟବସାୟୀ ହୋଇଥିବା ସୂଚନ ରହିଛି । ହଂସିତାଙ୍କ ଠକେଇ କାରବାରର ମୁଖ୍ୟ ନାୟକ ଥିଲେ ଶରୋଜ ।


ରାଜଧାନୀରୁ ହାଇପ୍ରୋଫାଇଲ ଠକ ଦମ୍ପତି ଅଭିଯୁକ୍ତ ଅନିଲ ମହାନ୍ତି ଏବଂ ହଂସିତାଙ୍କ କମ୍ପାନି ଉପରେ ଆୟକର ବିଭାଗ ରେଡ୍ କରିଥିଲା । ଏକାସାଙ୍ଗେ ୧୦ଟି ସ୍ଥାନରେ ରେଡ୍‌ କରିବା ସହ ବିଭିନ୍ନ କାଜଗପତ୍ର ଏବଂ ଆକାଉଣ୍ଟ ଟ୍ରାଞ୍ଜାକ୍ସନର ଯାଞ୍ଚ ମଧ୍ୟ କରିଥିଲା ଆୟକର ଟିମ୍‌ । ଏହାବ୍ୟତୀତ ଅନିଲଙ୍କ ନୟାପଲ୍ଲୀ ସ୍ଥିତ ପୈତୃକ ଘର, ମଞ୍ଚେଶ୍ବରରେ ଥିବା ଅଫିସ ,ଏମ୍‌ସ୍ ନିକଟରେ ଥିବା ପତ୍ନୀଙ୍କ ଘରେ ମଧ୍ୟ ଚଢାଉ ହୋଇଥିଲା ।


ସୂଚନାଯୋଗ୍ୟ ଯେ, ପୂର୍ବତନ ଏମ୍‌ପି ତଥା ଏକ ବଡ଼ ଏନ୍‌ଜିଓ ସଂସ୍ଥା ମାଲିକ ମଧ୍ୟ ହଂସିକାଙ୍କ ଶିକାର ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଝିଅ ଓ ଜ୍ୱାଇଁ ଭାବି ଏନ୍‌ଜିଓ ସଂସ୍ଥା ମାଲିକ ହଂସିକା ଓ ଅନିଲଙ୍କୁ ଆତିଥ୍ୟ ଦେଇଥିଲେ । ଏନ୍‌ଜିଓ ସଂସ୍ଥାକୁ ୫୦ କୋଟି ଡୋନେସନ୍‌ କରାଇ ଦେବାକୁ କହିଥିଲେ ହଂସିକା । କିଛିଦିନ ପରେ ଡୋନେସନ୍‌ କରାଇ ଦେଇଥିଲେ । ସେଥିପାଇଁ ହଂସିକା ୨୦% କମିଶନ ମାଗିଥିଲେ । ହେଲେ ଏନ୍‌ଜିଓ ସଂସ୍ଥା ମାଲିକ ମନା କରିଥିଲେ । ହଂସିକା ତାଙ୍କୁ ଫଟୋ ଓ ଭିଡିଓ ଦେଖାଇ ବ୍ଲାକ୍‌ମେଲିଂ କରିଥିଲେ । ଉପାୟ ନପାଇ ଏନ୍‌ଜିଓ ସଂସ୍ଥା ମାଲିକଙ୍କ କର୍ମଚାରୀ ଏତଲା ଦେଇଥିଲେ । ଏହାପରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଥିଲା ।

Post a Comment (0)
Previous Post Next Post