ସର୍ଭେ ରିପୋର୍ଟରୁ ମିଳିଲା ଏପରି ତଥ୍ୟ, ୪୫ ପ୍ରତିଶତ ମହିଳା ରହିବେ ଅବିବାହିତ

 ଅର୍ଗସ ବ୍ୟୁରୋ : ଆମ ସମାଜରେ ଦିନକୁ ଦିନ ଅନେକ କିଛି ପରିବର୍ତ୍ତନ ହେବାରେ ଲାଗିଛି । ପରିବର୍ତ୍ତନ ହେଇଛି ମଣିଷର ସ୍ବଭାବରେ, ମଣିଷର ପ୍ରକୃତିରେ ଏବଂ ଚିନ୍ତାଧାରାରେ । ବିଶେଷ ଭାବେ ଯଦି ମହିଳାଙ୍କ କଥା ବିଚାରକୁ ନିଆଯାଏ, ତେବେ ମହିଳାଙ୍କୁ ନେଇ ସମାଜରେ ଥିବା ଚିନ୍ତାଧାରରେ ଅନେକ ପରିର୍ତ୍ତନ ଦେଖିବାକୁ ମିଳିଛି । ପୂର୍ବରୁ ଏପରି ଥିଲା, ଯେ ମହିଳାମାନେ କେବଳ ରୋଷାଇ ଘରେ ଚୁଲି ପାଖରେ ସୀମିତ ରହିଯାଉଥିଲେ । କିନ୍ତୁ ପରିବର୍ତ୍ତିତ ସମାଜରେ ମହିଳାଙ୍କୁ ଆଗକୁ ବଢିବା ପାଇଁ ଅନେକ ପ୍ରୋତ୍ସାହିତ କରାଯାଉଛି । କିପରି ମହିଳାମାନେ ଅଧିକରୁ ଅଧିକ ଉଚ୍ଚଶିକ୍ଷିତ ହୋଇପାରିବେ, ନିଜେ ସ୍ବାଧିନ ଭାବେ ବଞ୍ଚିପାରିବେ । କିନ୍ତୁ ଏ ଭିତରେ ଧିରେଧିରେ ସମାଜରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି ।

ଏକ ସର୍ଭେରୁ ଜଣାପଡିଛି , ୨୦୩୦ ସୁଦ୍ଧା ୪୫ ପ୍ରତିଶତ ମହିଳା ନିସନ୍ତାନ ରହିବେ ଏବଂ ସିଙ୍ଗଲ ରହିବାକୁ ପସନ୍ଦ କରିବେ । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ପ୍ରକାଶ ପାଇଛି ପ୍ରାୟ ୨୫ରୁ ୪୪ ବର୍ଷ ପର୍ଯ୍ୟନ୍ତ ଥିବା ମହିଳା ମାନେ ଆଗାମୀ ୨୦୨୩୦ ରେ ଏବିବାହିତ ରହିବା ପସନ୍ଦ କରିବେ । ଏହି ପରିବର୍ତ୍ତନ ସାମାଜିକ ଏବଂ ଆର୍ଥିକ କାରଣରୁ ହୋଇପାରେ ବୋଲି ଅନୁମାନ କରାଯାଉଛି । ମହିଳାମାନେ ଏବେ ବିବାହ କରିବା ପରିବର୍ତ୍ତେ ନିଜର କ୍ୟାରିଅର ଗ୍ରୋଥ ଏବଂ ନିଜର ବ୍ୟକ୍ତିଗତ ଜୀବନ ଉପରେ ଅଧିକ ଧ୍ୟାନ ଦେବେ । ଅବିବାହିତ ରହିବା ମହିଳାଙ୍କୁ ଖବ ବେଶି ପସନ୍ଦ ଆସୁଛି । ଏବଂ ଏହା କେବଳ ଭାରତ ନୁହେଁ, ଅନ୍ୟ ଦେଶରେ ମଧ୍ୟ ଏପରି ପରିବର୍ତ୍ତନ ଦେଖିବାକୁ ମିଳୁଛି ।

ଏହି ସର୍ଭେରୁ ଆହୁରି ମଧ୍ୟ ଜଣାପଡିଛି କି, ବିବାହ ପରେ ୩୦ ରୁ ୪୦ ବର୍ଷ ବୟସରେ ମହିଳା ମାନେ ବିଭିନ୍ନ କାରଣରୁ ବିବାହ ବିଚ୍ଛେଦ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ଏବଂ ପୁଣିଥରେ ବିବାହ ନକରି ଅବିବାହିତ ରହୁଛନ୍ତି । ଯାହାର କାରଣ ଆର୍ଥିକ ସ୍ବତନ୍ତ୍ରତା ଏବଂ ବ୍ୟକ୍ତିଗତ ପ୍ରାଥମିକତା ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଆଗାମୀ ଦିନରେ ମହିଳାମାନେ ଅଧିକରୁ ଅଧିକ ଆତ୍ମନିର୍ଭରଶୀଳ ହେବେ, ଯାହାର ସିଧା ପ୍ରଭାବ ସମାଜ ଏବଂ ଅର୍ଥବ୍ୟବସ୍ଥା ଉପରେ ପଡିବ ବୋଲି କୁହାଯାଉଛି ।

ବର୍ତ୍ତମାନର ସମାଜରେ ମହିଳାମାନେ ପ୍ରାୟ ୩୦ରୁ ୪୦ ବର୍ଷ ପରେ ଗର୍ଭବତୀ ହେବାକୁ ପସନ୍ଦ କରୁଛନ୍ତି । ନିଜର ଅଫିସ କାର୍ଯ୍ୟ, ନିଜର ବ୍ୟକ୍ତିଗତ ବୃଦ୍ଧିକୁ ଅଧିକ ପ୍ରାଧାନ୍ୟ ଦେବାପାଇଁ ସେମାନେ ଏପରି ନିଷ୍ପତ୍ତି ନେଉଛନ୍ତି । ଏବଂ ଅଧିକାଂଶ ପରିବାରରେ ମହିଳାମାନେ ମୁଖ୍ୟ ରୋଜଗାର କରୁଥିବା ଉତ୍ସ ବୋଲି ମଧ୍ୟ ଦେଖିବାକୁ ମିଳିଥାଏ । ବିଶେଷ ଭାବେ ମହିଳାମାନେ ସମଜାର ବିଭିନ୍ନ କୁପ୍ରଥାକୁ ଖାତିର ନକରି ଉପରକୁ ଉଠୁଛନ୍ତି ଏବଂ ଅଧିକରୁ ଅଧିକ ନିର୍ଭରଶୀଳ ହେଉଛନ୍ତି , ଯାହା ଦ୍ବାରା ସମଜାରେ ଆଗାମୀ ଦିନରେ ଏକ ବିଶେଷ ପ୍ରଭାବ ପଡିବାକୁ ଯାଉଥିବା ଏହି ସର୍ଭେରୁ ଜଣାପଡିଛି ।
Post a Comment (0)
Previous Post Next Post