ଚାଲନ୍ତୁ ବୁଲିଯିବା ଝାରସୁଗୁଡ଼ା ସହର: ଯେଉଁଠି ଲୁଚିରହିଛି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ

 ଝାରସୁଗୁଡ଼ାର ସବୁଜ ବନାନୀ ଓ ପ୍ରାକୃତିକ ପରିବେଶରେ କୋଇଲି ଘୁଘର ଜଳପ୍ରପାତ ଅବସ୍ଥିତ। ବର୍ଷସାରା ଏହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଠାକାର ଚୁଲ୍ଲୀକାଞ୍ଚ ଜଙ୍ଗଲ ଦେଇ ଅହିରାଜ ନଦୀ ପ୍ରବାହିତ ହେଉଛି। ଏହାରି ମଧ୍ୟରେ କାହିଁ କେଉଁ କାଳରୁ ଆପେ ଏକ ଶିବଲିଙ୍ଗର ଉତ୍ପତ୍ତି ହୋଇଛି। ଏହି ଶିବଲିଙ୍ଗ କୋଇଲିଘୁଘରରେ ପୂଜା ପାଇ ଆସୁଛନ୍ତି। ଏଠାକାର ଶାନ୍ତ ପରିବେଶ ମଧ୍ୟରେ ଅହିରାଜ ଜଳସ୍ରୋତର ଘୋ ଘୋ ନାଦ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ।

ରାଜ୍ୟ ଓ ରାଜ୍ୟ ବାହାରୁ ସ୍ଥାନର ପ୍ରାକୃତିକ ପରିବେଶ ଓ ଶୈବ ପୀଠ ଦେଖିବାକୁ ଆଗନ୍ତୁକଙ୍କ ଭିଡ଼ ଜମେ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଦେଇ ଏହି ଜଳପ୍ରପାତ ପ୍ରବାହିତ ହେଉଛି। ପର୍ଯ୍ୟଟକଙ୍କ ପାଇଁ ବଣଭୋଜି ଲାଗି ସ୍ଥାନଟି ପ୍ରକୃଷ୍ଟ। ବିଶେଷ କରି ଏଠାରେ ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ପ୍ରବଳ ଭିଡ଼ ଲାଗିରହେ।

Post a Comment (0)
Previous Post Next Post