ତ୍ବଚାର ଗ୍ଲୋ ପାଇଁ ପିଅନ୍ତୁ " ଗଡେସ୍ ଗ୍ଲୋ ଜୁସ୍" , ଜାଣନ୍ତୁ କେମିତି ଘରେ କରିବେ ପ୍ରସ୍ତୁତ..

 ଉଜ୍ଜ୍ବଳ ତ୍ବଚା ପାଇଁ ଆମେ ସମସ୍ତେ ଅନେକ ଚେଷ୍ଟା କରନ୍ତି । ଅନେକ ପ୍ରକାରର କ୍ରିମ ବ୍ୟବହାର କରନ୍ତି, ତା ସହ ଘରୋଇ ଉପଚାର ମଧ୍ୟ କରନ୍ତି । କିନ୍ତୁ ଆମ ସ୍କିନ ଅନେକ ସମୟରେ ଶୁଖିଲା ଦେଖାଯିବା ସହ ଏହାର ଗ୍ଲୋ କମିଯାଏ । ଆଉ ତା ଉପରେ ତାକୁ ଠିକ କରିବା ପାଇଁ ଆମେ ବିଭିନ୍ନ ବ୍ରାଣ୍ଡର ପ୍ରଡକ୍ଟ ବ୍ୟବହାର କରନ୍ତି । ଆଉ ଏହାପରେ ମୁହଁରେ ବ୍ରଣ ଭଳି ସମସ୍ୟା ଦେଖା ଦେଇଥାଏ । କିନ୍ତୁ ଆପଣ ଜାଣିଛନ୍ତି , ଯଦି ପ୍ରତିଦିନ ଆପଣ କିଛି ପୃଷ୍ଟିକର ଜାତୀୟ ଖାଦ୍ୟ ନିଜ ଖାଦ୍ୟ ତାଲିକାରେ ଯୋଡୁଛନ୍ତି, ତେବେ ଏହା ଆପଣଙ୍କ ତ୍ବଚା ଗ୍ଲୋ କରାଇବାରେ ବେଶ ସାହାଯ୍ୟ କରିବ । ତ୍ବଚା ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଯଦି ଆପଣ ପ୍ରତିଦିନ କିଛି ପୋଷକତତ୍ତ୍ବ ଖାଦ୍ୟ ଖାଇବା ସହ ପ୍ରଚୁର ପାଣି ପିଇବେ ତେବେ ତ୍ବଚାରେ ଚମକ ଆପେ ଆପେ ଦେଖାଯିବ । ଏଥିସହ ବିୟୁଟି ଏକ୍ସପର୍ଟ ବସୁଧା ରାଏଙ୍କ ମୁତାବକ ,

"ଗଡେସ ଗ୍ଲୋ ଜୁସ" ତ୍ବଚା ପାଇଁ ରାମବାଣ ସଦୃଶ । ଏହା ତ୍ବଚାକୁ ଫ୍ରେଶ ରଖିବା ସହ ଗ୍ଲୋ କରାଇବାରେ ସାହାଯ୍ୟ କରିଥାଏ । ତେବେ ଏହି ଜୁସ୍ ତିଆରି କରିବା ପାଇଁ କେଉଁ କେଉଁ ଉପାଦାନଗୁଡିକ ଦରକାର ଆସନ୍ତୁ ଜାଣିବା ।

ଏହି ଜୁସ୍ ତିଆରି କରିବା ପାଇଁ ବିଟରୁଟ୍ , ମୂଳା, ଅଁଳା , ହଳଦୀ, ଏବଂ ଅଦା ଦରକାର । ଏବେ ଜାଣନ୍ତୁ ଏହି ଉପାଦାନଗୁଡିକ କିପରି ତ୍ବଚାକୁ ଗ୍ଲୋ କରାଇବାରେ ସାହାଯ୍ୟ କରିଥାଏ ।

ବିଟ୍‌ରୁଟ୍ :
ବିଟ୍‌ରୁଟ୍‌ରେ ଭିଟାମିନ ସି ଏବଂ ଆଣ୍ଟିଅସ୍କିଡାଣ୍ଟ୍ସ ଥାଏ , ଯାହା ତ୍ବଚାର ଚମକ ବୃଦ୍ଧି କରିଥାଏ ।

ଗାଜର :
ଗାଜରରେ ଥାଏ ଭିଟାମିନ ଏ । ଏହା ତ୍ବଚାର ପୋରସ୍ ଗୁଡିକୁ ଖୋଲିବା ସହ ତ୍ବଚାରେ କୋଲାଜେନ କ୍ଷରଣ କରିବାରେ ସାହାଯ୍ୟ କରେ ।

ଅଁଳା :
ଅଁଳାରେ ମଧ୍ୟ ଭିଟାମିନ ସି ରହିଥାଏ । ଯାହା ତ୍ବଚାକୁ ଡ୍ୟାମେଜ ହବାରୁ ରକ୍ଷା କରିଥାଏ । ଏହା ତ୍ବଚାକୁ ବାର୍ଦ୍ଧକ୍ୟ ହେବାରୁ ରୋକିଥାଏ ଏବଂ କୋଲାଜେନ କ୍ଷରଣ ହେବାରେ ସାହାଯ୍ୟ କରିଥାଏ ।

ହଳଦୀ:
ହଳଦୀ ଏକ ଔଷଧୀୟ ଉପାଦାନ । ଏହା ତ୍ବଚାପାଇଁ ରାମବାଣ ସଦୃଶ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିସେପ୍ଟିକ ଉପାଦାନ ତ୍ବଚାର ବ୍ରଣ ଆଦିକୁ ରୋକିବାରେ ସାହାଯ୍ୟ କରିଥାଏ ।

ଅଦା :
ଏକ ସୁସ୍ଥ ତଥା ଗ୍ଲୋଇଙ୍ଗ ତ୍ବଚା ପାଇଁ ଅଦା ଏକ ବେଶ ଉପକାରୀ ଉପାଦାନ । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତ୍ବଚାରେ ଚମକ ଆଣିବାରେ ସାହାଯ୍ୟ କରେ ।
ଗଡେସ ଗ୍ଲୋ ଜୁସ୍‌କୁ ପ୍ରସ୍ତୁତ କରିବାର ପ୍ରଣାଳୀ :-

ଜୁସ୍ ପାଇଁ ୨ରୁ ତିଟି ବିଟରୁଟ , ୬ରୁ ୭ଟି ଗାଜର , ୫ଟି ଅଁଳା , ଏକ ଛୋଟ ହଳଦୀଖଣ୍ଡ ଏବଂ ଛୋଟ ପିସ୍ ଅଦା ନେଇପାରିବେ ।ଏକ ଜୁସର୍ ଜାରରେ ଏହି ସବୁକୁ ଗ୍ରାଇଣ୍ଡ କରି ଏହାକୁ ଫ୍ରେଶ ପିଇପାରିବେ । ନଚେତ ଖାଲି ବିଟରୁଟ୍ ଜୁସ ମଧ୍ୟ ତ୍ବଚା ପାଇଁ ଖୁବ ଭଲ ।
Post a Comment (0)
Previous Post Next Post