ଏମିତି ଖାଦ୍ୟ ଖାଉଥିଲେ ସାବଧାନ , ଆସିପାରେ ହୃଦରୋଗ

 ଅର୍ଗସ ବ୍ୟୁରୋ : ଆଧୁନିକ ଯୁଗରେ ଲୋକଙ୍କର ରହିବା, ପିନ୍ଧିବା , ଖାଇବା ଆଦିରେ ଅନେକ ପରିବର୍ତ୍ତନ ଆସିଛି । ଯେଉଁ ଘରେ ପ୍ରତିଦିନ ଶୁଦ୍ଧ ତାଜା ଖାଇବା ତିଆରି ହେଉଥିଲା, ସେଠାରେ ଏବେ ଆମ ଇଚ୍ଛା ହେଲେ ଆମେ ବାହାର ଖାଦ୍ୟ ମଗାଇ ଖାଇଥାନ୍ତି । କିଛିଜଣ ବାହାରେ ରହୁଥିବା ବେଳେ ପ୍ରତିଦିନ ରେଷ୍ଟୁରାଣ୍ଟରେ ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ବାହାର ଖାଇବା କେବଳ ଯେ ଅସ୍ବାସ୍ଥିକର ତା ନୁହେଁ, ବାହାର ଖାଦ୍ୟ ପ୍ୟାକ୍ କରାଯାଉଥିବା ପ୍ଲାଷ୍ଟିକ ପାତ୍ର ମଧ୍ୟ ଦେହ ପାଇଁ ବହୁତ ଖରାପ ଅଟେ । ଏକଥା ଆମେ ନୁହେଁ , ବୈଜ୍ଞାନିକଙ୍କ ଗବେଷଣା କହୁଛି । ଗବେଷଣା ମୁତାବକ, ପ୍ଲାଷ୍ଟିକ ଡବାରେ ପ୍ୟାକ ହୋଇ ରହୁଥିବା ଖାଦ୍ୟ ଖାଇବା ଦ୍ବାରା କଞ୍ଜେଷ୍ଟିବ୍ ହାର୍ଟ ପ୍ରୋବ୍ଲେମ ବାହାରିଥାଏ ।

କଞ୍ଜେଷ୍ଟିବ୍ ହାର୍ଟ ପ୍ରୋବ୍ଲେମ ହେଉଛି, ହୃଦୟ ଶରୀରର ଆବଶ୍ୟକତା ମୁତାବକ ରକ୍ତ ସଞ୍ଚାଳନ କରି ନଥାଏ । ଏହାଯୋଗୁ ହୃଦଘାତ ହେବାର ସମ୍ଭାବନା ଥାଏ । ଏବଂ ଆପଣଙ୍କ ଫୁସଫୁସ ଏବଂ ଗୋଡରେ ରକ୍ତ ଜମା ରହିଥାଏ । ଚୀନର କିଛି ବିଶେଷଜ୍ଞ ମାନେ ସାଧାରଣ ପାତ୍ରର ଲୋକ ଖାଉଥିବା ଖାଦ୍ୟ ଏବଂ ପ୍ଲାଷ୍ଟିକ ପାତ୍ରରେ ଖାଉଥିବା ଖାଦ୍ୟକୁ ନେଇ ପରୀକ୍ଷା କରାଯାଇଥିଲା । ଯେଉଁଥିରୁ ଜଣା ପଡିଥିଲା, ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଖାଉଥିବା ବ୍ୟକ୍ତିମାନଙ୍କର ଅଧିକ ହୃଦରୋଗର ସମ୍ଭାବନା ରହିଛି ପ୍ଲାଷ୍ଟିକ ପାତ୍ରରେ ପ୍ରାୟ ୨୦ ହଜାର କେମିକାଲ୍ସ ଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ଖୁବ ହାନିକାରକ।

Post a Comment (0)
Previous Post Next Post